Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବିଧାନକୁ କଡ଼ାକଡି ଲାଗୁ କଲେ ଦେଶରେ ସାମାଜିକ ନ୍ୟାୟ ସମ୍ଭବ ହୋଇ ପାରିବ…ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନର ଆଲୋଚନା ଚକ୍ର

ଜମନକିରା : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କେଶାଇବାହାଲ ସ୍ଥିତ କିଶାନ ସମାଜ ସଭାକକ୍ଷରେ ବୁଦ୍ଧ ସାମାଜିକ ଆନ୍ଦୋଳନ ସମିତି ପକ୍ଷରୁ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଭାରତୀୟ ସଂବିଧାନ ଓ ସାମାଜିକ ନ୍ୟାୟ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଜିଡି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୟାସାଗର ପଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଖତୁନାଥ ପିଙ୍ଗ, ଆଦିବାସୀ ନେତା ଯୋଗେଶ୍ୱର ପଟ୍ଟା, ଶ୍ରମିକ ନେତା ପବନକୁମାର ଲୁହା, ବାମସେଫ ନେତା ହରିଶଚନ୍ଦ୍ର ଦୀପ, ଗୁପେଶ୍ୱର ବାଗ, ଅବସରପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ପଟ୍ଟା, ନାରୀନେତ୍ରୀ ବୀଣାପାଣି ନାଏକ ଓ ଚାଷୀନେତା ବନମାଳୀ ନାଏକ, ସାମାଜିକ କର୍ମୀ ପ୍ରେମସାଗର ଦେହେରିଆ ପ୍ରମୁଖ ଆଲୋଚକ ଭାବରେ ଯୋଗଦେଇ ସଂବିଧାନ କୁ କଡ଼ାକଡ଼ି ଲାଗୁ କଲେ ହିଁ ସାମାଜିକ ନ୍ୟାୟ ସମ୍ଭବ ବୋଲି ମତ ଦେଇଥିଲେ। ପ୍ରାରମ୍ଭରେ ଅତିଥି ଗଣ ଭଗବାନ ବୁଦ୍ଧ ଓ ସମ୍ବିଧାନ ପ୍ରଣେତା ବାବା ସାହେବ ଡ. ଆମ୍ବେଦକରଙ୍କ ଫଟୋଚିତ୍ର ଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଂଜଳି ଜଣାଇବା ସହ ସମ୍ବିଧାନର ସମ୍ମୁଖ ଭାଗକୁ ମିଳିତ ଭାବେ ପାଠ କରିଥିଲେ।।ପ୍ରାରମ୍ଭରେ କେଦାର ଲୁହା ସ୍ୱାଗତ ଭାଷଣ ପ୍ରଦାନ ସହ ସଂଯୋଜନା କରିଥିବାବେଳେ ସୂରୁମଣୀ ସୁନାନି ଅତିଥି ପରିଚୟ ପ୍ରଦାନ କରିଥିଲେ। ଦ୍ଵିତୀୟ ଅଧିବେଶନରେ ସାଂଗଠାନିକ ଆଲୋଚନା କରିବା ସହ ସର୍ବଶ୍ରୀ ସୁବାସ ନାୟକ, କରୁଣାକର କିସାନ, ଶ୍ରଦ୍ଧାକର ଜୟପୁରିଆ, ଦୁଃଖବନ୍ଧୁ ବନଛୁର, ଜୟନାରାୟଣ ଛୁରା ଓ ପଦ୍ମିନୀ ଲୁହାଙ୍କୁ ନେଇ ଏକ ସଂଯୋଜନା କମିଟି ଗଠନ କରାଯାଇଥିଲା। ଶେଷରେ ଭୋଲାନାଥ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସାଙ୍ଗଠନିକ ଆଲୋଚନା କୁ ଅଧ୍ୟାପକ ଜୟପୁର ପରିଚାଳନା କରିଥିଲେ। କବି ରତନ ମେହେର ଜାଗରଣ କବିତା ଆବୃତ୍ତି କରିଥିଲେ।