Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳ ଜିଲ୍ଲା ଲେଖକ ସାମ୍ମୁଖ୍ୟର ରବିବାସରୀୟ ଶାରଦୀୟ ସାହିତ୍ୟ ସୃଜନ ସମାବେଶ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଲେଖକ ସାମ୍ମୁଖ୍ୟ ପରିସରରେ ଶାରଦୀୟ ସାହିତ୍ୟ ସୃଜନ ତଥା ମାସାନ୍ତ ରବିବାସରୀୟ ସାହିତ୍ୟ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାପତି ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ବନ ବିହାରୀ ନନ୍ଦ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କବି କୈଳାଶ ଚନ୍ଦ୍ର ଧଳଙ୍କ ସଂଯୋଜନାରେ ଉପସ୍ଥିତ କବିମାନେ ନିଜ ନିଜ କବିତା ସମ୍ପର୍କରେ ସମ୍ୟକ ଧାରଣା ଦେଇ କବିତା ପଠନ କରିଥିଲେ। କବି ମୋହନ ଦିଗାଲ, ନାଭିଦତ୍ୟ ଦିଗାଲ, ସୋମନାଥ ସାହୁ, ନବ କିଶୋର ରଥ, ନବୀନ କିଶୋର ପଣ୍ଡା, ଦୁର୍ଯ୍ୟୋଧନ ପ୍ରଧାନ, ବୈଜୟନ୍ତୀମାଳା ମହାପାତ୍ର, ହରପ୍ରିୟା ମିଶ୍ର, ପ୍ରସନ୍ନ ପଣ୍ଡା, ରାମକୃଷ୍ଣ ବେହେରା, ବନ ବିହାରୀ ନନ୍ଦ, ରବୀନ୍ଦ୍ର ନାଥ ମିଶ୍ର, କୈଳାଶ ଚନ୍ଦ୍ର ଧଳ, ନବାଗତା ଯୁବ ପ୍ରତିଭା କେରେଡ଼ି ଡାଙ୍ଗୁଲୁର ଶ୍ଵେତାଲିନ ବେହେରା ସ୍ୱରଚିତ କବିତା ପାଠ କରିଥିଲେ। ଏହି ଅବସରରେ ତାଳଚେରର ମାନସ ନନ୍ଦଙ୍କ ସମ୍ପାଦିତ “ବିଭାବନା”ର ଶାରଦୀୟ ସଂଖ୍ୟା ଉନ୍ମୋଚିତ ହୋଇଥିବା ବେଳେ ଲେଖକ ସାମ୍ମୁଖ୍ୟର ଶୁଭେଛୁ ବିପ୍ର ଚରଣ ପାତ୍ରଙ୍କ ପଞ୍ଚସ୍ତରୀତମ ଜନ୍ମ ଜୟନ୍ତୀ ଅବସରରେ ଉନ୍ମୋଚିତ ଅଭିନନ୍ଦନିକାକୁ ବଣ୍ଟନ କରାଯାଇଥିଲା। କୋଷାଧ୍ୟକ୍ଷ କୁମାର କୁନ୍ଦନ ସିଂ, ସଂଗଠନ ସମ୍ପାଦକ ପ୍ରସନ୍ନ ପଣ୍ଡା, ସହ ସମ୍ପାଦକ କୈଳାଶ ଚନ୍ଦ୍ର ଧଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ସମ୍ପାଦକ ବନ ବିହାରୀନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ସଭାପତି ଶ୍ରୀ ମିଶ୍ର କନ୍ଧମାଳ ର କବିମାନଙ୍କର ନିର୍ବାଚିତ କବିତାକୁ ନେଇ ଏକ ପୁସ୍ତକ ‘କନ୍ଧମାଳର କବି ଓ କବିତା’ ପ୍ରକାଶନ କରିବା ପାଇଁ ଘୋଷଣା କରିଥିଲେ।