ରେଢାଖୋଲ ଓ ନାକଟିଦେଉଲ ଲକ୍ଷ୍ମୀ ପୂଜା ମଣ୍ଡପ ଦର୍ଶନ କଲେ ବିଜେପି ନେତା ଓ କର୍ମୀ

ସମ୍ବଲପୁର:ରେଢାଖୋଲ ଓ ନାକଟିଦେଉଲ ବ୍ଲକ୍ ରେ ଚାଲିଥିବା ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ମଣ୍ଡପ ଦର୍ଶନ କରିଛନ୍ତି ଭାରତୀୟ ଜନତା ଦଳର ବରିଷ୍ଟ ନେତା ଓ କର୍ମୀ। ରେଡା଼ଖୋଲ୍ ବ୍ଲକର ତ୍ରିବନପୁର ପଞ୍ଚାୟତର ତ୍ରିବନପୁର ଓ ଗୋବିନ୍ଦପୁର ସହିତ ନାକଟିଦେଉଲ ବ୍ଲକର ବାଟଗାଁ ଓ ଜାମଜୁରୀ ଲକ୍ଷ୍ମୀ ପୂଜାତ୍ସୋବରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ତଥା ରେଢାଖୋଲ ବିଧାନସଭା ପ୍ରାର୍ଥି ଦେବେନ୍ଦ୍ର ମହାପାତ୍ର,ବିଜେପି ଓବିସି ରାଜ୍ୟ ସଂପାଦିକା ସସ୍ମିତା ଦେହୂରୀ ରେଢାଖୋଲ ଏନଏସି ସଭାପତି ରାମାନୁଜ ମହାପାତ୍ର,ବିଜେପି ଯୁବମୋର୍ଚା ଉପ ସଭାପତି ସୂର୍ଯ୍ୟ ପ୍ରକାଶ ମହାପାତ୍ର,ପ୍ରମୋଦ ସାହୁ,ବିଜୟ କୁମାର ପଣ୍ଡା ପ୍ରମୂଖ ଏଥିରେ ସାମିଲ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ସେଠୀ,ବରୁଣ ସାହୁ,ସୌମ୍ୟ ରଞ୍ଜନ ଶାସୀନି, ମନୋରଞ୍ଜନ ସାହୁ,ମିଳନ ପ୍ରଧାନ, ଅନୁପ ସାହୁ,ପିଣ୍ଟୁ ପ୍ରଧାନ,ଅନିଲ ସ୍ୱାଇଁ,ଅନାଦି ସାହୁ, ରାଧାଚରଣ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ଆୟୋଜିତ ଏହି ପୂଜାତ୍ସୋବରେ ବହୁ ସଂଖ୍ୟାରେ ଭକ୍ତ ଓ ଦର୍ଶକ ଉପସ୍ଥିତ ରହିଥିଲେ।