Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସ ନେତା ଆସବ ଅଲ୍ଲିଙ୍କ ଗଜଲକ୍ଷ୍ମୀ ମଣ୍ଡପ ଦର୍ଶନ

ସମ୍ବଲପୁର(ରେଢାଖୋଲ): କଂଗ୍ରେସର ଟାଣୁଆ ନେତା ତଥା ରେଢାଖୋଲ ନିର୍ବାଚନ ମଣ୍ଡଳୀ ବିଧାନସଭା ପ୍ରାର୍ଥୀ ଆସବ ଅଲ୍ଲି ଖାଁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ହେଉଥିବା ଗଜଲକ୍ଷ୍ମୀ ପୂଜା ମଣ୍ଡପ ଦର୍ଶନ କରିଛନ୍ତି। ଆଜି ବଂଶଜାଳ, ହେଲେଇ, ବାରବାଙ୍କ, ଡଇଁଚା ,ବାଟଗାଁ, ଜାମଜୁରୀ, ସାଲେଭଟା, ନାକଟିଦେଉଲ, ଗୋଗୁଆ ପ୍ରଭୃତି ମଣ୍ଡପ ନିଜର କର୍ମୀ ଓ ସମର୍ଥକ ମାନଙ୍କ ସହିତ ଦର୍ଶନ କରିଥିଲେ।ସବୁ ସ୍ଥାନରେ ପୂଜା କମିଟି ପକ୍ଷରୁ ଶ୍ରୀ ଅଲ୍ଲିଙ୍କୁ ସ୍ୱାଗତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ