Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ଧ୍ର ଟ୍ରେନ ଦୁର୍ଘଟଣା: ବାତିଲ ହେଲାଣି ୪୫ ଟ୍ରେନ, ୨୬ଟି ଟ୍ରେନର ଗତିପଥ ପରିବର୍ତ୍ତନ, ୪ଟା ସୁଦ୍ଧା ସରିବ ମରାମତି କାମ

ରାୟଗଡ଼ା: ଆନ୍ଧ୍ରପ୍ରଦେଶର କଣ୍ଟକପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ରବିବାର ରାତିରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଯୋଗୁଁ ଟ୍ରେନ ବାତିଲ୍ ସଂଖ୍ୟା ବଢିବାରେ ଲାଗିଛି। ସେହିପରି ଅନେକ ଟ୍ରେନର ଗତିପଥ ମଧ୍ୟ ବଦଳା ଯାଇଛି। ଆଜି ଅପରାହ୍ଣ ୪ଟା ସୁଦ୍ଧା ଟ୍ରାକ ମରାମତି କାମ ସରିଯିବ ବୋଲି ରେଲଓ୍ଵେ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ଚେନ୍ନାଇ-ପୁରୀ ଏକ୍ସପ୍ରେସ୍, ତିରୁପତି-ବିଶାଖାପାଟଣା ପାସେଞ୍ଜର ଟ୍ରେନ ବାତିଲ୍ ହୋଇଛି। ସେହିପରି ଭୁବନେଶ୍ଵର- ବିଶାଖାପାଟଣା ଇଣ୍ଟରସିଟି, ରାୟପୁର-ବିଶାଖାପାଟଣା, ପଲାସା-ବିଶାଖାପାଟଣା, ପାରାଦୀପ-ବିଶାଖାପାଟଣା, ରାୟଗଡ଼ା-ଗୁଣପୁର ସମେତ ୪୫ଟି ଟ୍ରେନ ବାତିଲ୍ କରାଯାଇଛି। ୨୬ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ୧୧ଟି ଟ୍ରେନ ଆଂଶିକ ବାତିଲ୍ କରାଯାଇଛି। ୬ଟି ଟ୍ରେନର ଛାଡ଼ିବା ସମୟ ପରିବର୍ତ୍ତନ କରାଯାଇଛି। ଆଜି ଅପରାହ୍ଣ ୪ଟା ସୁଦ୍ଧା ଟ୍ରାକ ମରାମତି କାମ ସରିଯିବ ବୋଲି ଇଷ୍ଟକୋଷ୍ଟ ରେଲଓ୍ଵେ ସିପିଆରଓ ପକ୍ଷରୁ କୁହାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁର୍ଘଟଣାସ୍ଥଳକୁ ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ଯାଇଛନ୍ତି। ମନ୍ତ୍ରୀଙ୍କ ସହ ଅତିରିକ୍ତ ରିଲିଫ କମିଶନର ମଧ୍ୟ ଦୁର୍ଘଟଣାସ୍ଥଳକୁ ଯାଇଛନ୍ତି। ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୪ ଜଣ ମୃତକଙ୍କ ମଧ୍ୟରୁ କେହି ଓଡ଼ିଶାର ନାହାନ୍ତି। ଏହି ଦୁର୍ଘଟଣାରେ ଲୋକ ପାଇଲଟ୍ ଓ ଗାର୍ଡଙ୍କ ମଧ୍ୟ ମୃତ୍ୟୁ ଘଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ