Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହିତସରା ଲକ୍ଷ୍ମୀ ପୂଜାରେ ନାଟକ ‘ଅଧା ରହିଗଲା ସପନ ମୋର’ ମଞ୍ଚସ୍ଥ

ସମ୍ବଲପୁର (ନାକଟୀଦେଉଳ): ରେଢାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ବାଟଗାଁ ପଞ୍ଚାୟତର ହିତସରା ଗ୍ରାମରେ ଗଜଲକ୍ଷ୍ମୀ ପୂଜା ବହୁ ଉତ୍ସାହର ସହିତ ପାଳିତ ହୋଇଯାଇଛି।ଏହି ଅବସରରେ ରବିବାର ରାତିରେ ‘ଅଧା ରହିଗଲା ସପନ ମୋର’ନାଟକ ମଞ୍ଚସ୍ଥ ହୋଇଥିଲା ।ମୁଖ୍ୟଅତିଥି ଭାବେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ମହାପାତ୍ର ଓ ବାବା ଅଭୟ ଚୈତନ୍ୟ ଜୀ ଫିତା କାଟି ଏହାକୁ ଉଦଘାଟନ କରିଥିଲେ। ଏଥିପାଇଁ ଆୟୋଜିତ ସଭାରେ ମୁଖ୍ୟଅତିଥି ଓ ଚୈତନ୍ୟ ଜୀଙ୍କ ସହିତ ବିଜେପି ଓବିସି ସେଲ ରାଜ୍ୟ ସଂପାଦିକା ସସ୍ମିତା ଦେହୂରୀ,ପୁର୍ବତନ ସରପଞ୍ଚ୍ ବାଲିପଦ କିସାନ,ପରକ୍ଷିତ ନାଏକ,ସମାଜସେବୀ ଡା.ରାଜାରାମ ଷଡଙ୍ଗୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହାକୁ ସୂର୍ଯ୍ୟକାନ୍ତ ବେହେରା ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଉଗ୍ରସେନ ଦେହୂରୀଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ନାଟକରେ କଳାକାର ମାନେ ନିଖୁନ ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଥିଲେ । ୪ ଦିନ ବ୍ୟାପି ଉତ୍ସବରେ ହଜାର ହଜାର ଭକ୍ତ ଓ ଦର୍ଶକ ଏଥିରେ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ