Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ବିଡ଼ିଓଙ୍କୁ ଓଡ଼ିଶା ସାମ୍ବାଦିକ ସଂଘ ପକ୍ଷରୁ ସୌଜନ୍ୟ ମୂଳକ ସାକ୍ଷାତକାର

ଜମନକିରା : ଜମନକିରା ବ୍ଲକରେ ଗତ ୨୫ ତାରିଖ ଦିନ ନୂତନ ଭାବେ ଯୋଗଦାନ କରିଥିବା ବିଡ଼ିଓ ରୀନା ନାଏକ ଙ୍କୁ ଆଜି ଓଡ଼ିଶା ସାମ୍ବାଦିକ ସଂଘ (ଓ ଜେ ୟୁ), ଜମନକିରା ବ୍ଲକ ସଂଘ ପକ୍ଷରୁ ସୌଜନ୍ୟ ମୂଳକ ଭାବେ ସାକ୍ଷାତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସାମ୍ବାଦିକ ସଂଘ, ସମ୍ବଲପୁର ଶାଖାର କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ପ୍ରସାଦ ଦାନୀଙ୍କ ନେତୃତ୍ୱରେ ସମ୍ପାଦକ ସତ୍ୟପ୍ରିୟ ମହାପାତ୍ର, କୋଷାଧ୍ୟକ୍ଷ ଅଶୋକ କୁମାର ପଟେଲ, ଜିତେନ୍ଦ୍ର ମୁଦୁଲି, ଅକ୍ଷୟ କୁମାର ଦେହୁରୀ, ଲିପନ କୁମାର ପଟେଲ, ରବୀନ୍ଦ୍ର ପଟେଲ ଏବଂ ନରେନ୍ଦ୍ର କୁମାର ସାହୁ ପ୍ରମୁଖ ସାକ୍ଷାତ କରି ବ୍ଲକର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଆସୁ ସମାଧାନ ପାଇଁ ଅନୁରୋଧ କରିଥିଲେ। ଏଥିରେ ବିଡ଼ିଓ ଶ୍ରୀମତୀ ନାଏକ ଖୁସି ପ୍ରକଟ କରିଥିବା ସହ ସାମ୍ବାଦିକ ମାନଙ୍କ ସହଯୋଗ କାମନା କରିଥିଲେ। ସମସ୍ୟା ଗୁଡ଼ିକ ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ।