Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଳରଙ୍ଗ ଚିତ୍ରକଳା ପ୍ରଦର୍ଶନୀ ସେଡୋ-୨.୦ ଉଦଯାପିତ

ସମ୍ବଲପୁର: ସହରର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ସମ୍ବଲପୁର କଳା ଏକାଡେମୀ ପକ୍ଷରୁ ଓଡିଶା କଳା ଏକାଡେମୀ ଓ ଆଞ୍ଚଳିକ କଳା ଗ୍ୟାଲେରୀ ଦ୍ୱାରା ଆୟୋଜିତ ସପ୍ତାହ ବ୍ୟାପି ଜଳରଙ୍ଗ ଚିତ୍ରକଳା ପ୍ରଦର୍ଶନୀ ‘ସେଡୋ-୨.୦’ ଉଦଯାପିତ ହୋଇ ଯାଇଛି।ଏହି ଉଦଯାପନି ସମ୍ବର୍ଦ୍ଧନା ସମାରୋହରେ ପ୍ରଫେସର କାଳିଦାଶ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଏକାଡେମୀର ଅଧ୍ୟକ୍ଷ ସଞ୍ଜୟ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ।ସମାରୋହରେ ବରିଷ୍ଠ ଚିତ୍ରଶିଳ୍ପୀ ଭୋଲାନାଥ ନାୟକ,ଡଃ.ନିଳେନ୍ଦ୍ରି ମିଶ୍ର,ଦେବିଦାଶ ମିଶ୍ର,ଡଃ.ମନୋଜ କୁମାର ପଣ୍ଡା,ସରୋଜ ରାଉତ ଅତିଥିଭାବେ ଯୋଗ ଦେଇଥିଲେ। ଆୟୋଜିତ ପ୍ରଦର୍ଶନୀରେ ଯୋଗଦେଇଥିବା ଛାତ୍ର ଛାତ୍ରୀ ଓ ଚିତ୍ରଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାକୁ ଭଗବତୀ ସାଲିମା ପରିଚାଳନା କରିଥିବା ବେଳେ ପବିତ୍ର ବେରିହା ଓ ନମ୍ରତା ନାୟକ ସହଯୋଗ କରିଥିଲେ। ଓଡିଶା କଳା ଏକାଡେମୀର ପରିଚାଳକ ବିଦ୍ୟାପତି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ ପ୍ରଦର୍ଶନୀରେ ୧୦୦ଜଣରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ,କଳା ଶିକ୍ଷକ ଓ ଚିତ୍ରଶିଳ୍ପୀ ଏଥିରେ ଭାଗ ନେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ