Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଳ୍ପିକ ଓ ସାମ୍ୱାଦିକ ଅମରେଶ ବିଶ୍ୱାଳ ପାଇବେ ‘ରାଜ୍ୟସ୍ତରୀୟ ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ ୨୦୨୩’

କଳାହାଣ୍ଡି, ୦୩/୧୧ (ଜଗନ୍ନାଥ ନାଏକ) : ଚଳିତ ବର୍ଷ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ଅମରେଶ ବିଶ୍ୱାଳ ପେସାରେ ଜଣେ ଟିଭି ସାମ୍ବାଦିକ ହୋଇଥିଲେ ମଧ୍ୟ ଗଳ୍ପ ଏବଂ ଉପନ୍ୟାସ ଲିଖନ କ୍ଷେତ୍ରରେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି। ଚଳିତ ବର୍ଷର ସମ୍ମାନଜନକ ‘ରାଜ୍ୟସ୍ତରୀୟ ପ୍ରଫେସର ଭୁବନେଶ୍ୱର ବେହେରା’ ପାଇବାକୁ ମନୋନୀତ ହୋଇଛନ୍ତି ବିଶିଷ୍ଟ ଗାଳ୍ପିକ ତଥା ବରିଷ୍ଠ ସାମ୍ବାଦିକ ଅମରେଶ ବିଶ୍ୱାଳ। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଏହି ସମ୍ମାନଜନକ ପୁରସ୍କାର ପ୍ରସିଦ୍ଧ ଲେକକ ଭୁବନେଶ୍ୱର ବେହେରାଙ୍କ ସ୍ମୃତିରେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ମାନଙ୍କ ପ୍ରଦାନ କରାଯାଇ ଆସୁଛି। ଚଳିତ ବର୍ଷ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ଅମରେଶ ବିଶ୍ୱାଳ ପେସାରେ ଜଣେ ଟିଭି ସାମ୍ବାଦିକ ହୋଇଥିଲେ ମଧ୍ୟ ଗଳ୍ପ ଏବଂ ଉପନ୍ୟାସ ଲିଖନ କ୍ଷେତ୍ରରେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ୫ଟି ଉପନ୍ୟାସ, ୬ଟି ଗଳ୍ପ, ୧ଟି ଭ୍ରମଣ ଉପନ୍ୟାସ, ୧ଟି ପ୍ରବନ୍ଧ, ୧ଟି କବିତା ପୁସ୍ତକ ପ୍ରକାଶ ପାଇସାରିଛି। ସେ ମଧ୍ୟ ୨ଟି ମିଳିତ ଉପନ୍ୟାସର ସହଲେଖକ। ତାଙ୍କ ପ୍ରମୁଖ ପୁସ୍ତକଗୁଡ଼ିକ ଭିତରେ ରହିଛି- ମଧ୍ୟବିତ୍ତ (ଉପନ୍ୟାସ), ପାପ (ଉପନ୍ୟାସ), ଆତ୍ମନ (ଗଳ୍ପ), ସ୍ପେଶାଲ୍ ରିପୋର୍ଟ (ଗଳ୍ପ), ପ୍ରେମିକାର ସାନ ଭଉଣୀ (ଗଳ୍ପ) ପ୍ରଭୃତି। ନିଜ ଲେଖା ପାଇଁ ସେ ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର, ରାଜଧାନୀ ପୁସ୍ତକମେଳା ପୁରସ୍କାର, ପାସବୁକର୍ ପୁରସ୍କାର, ପଶ୍ଚିମା ଉପନ୍ୟାସ ପୁରସ୍କାର, ଜଗଦୀଶ ଯୁବ ପୁରସ୍କାର, କଥାକଳିକା ଯୁବ ପୁରସ୍କାର, ଜ୍ଞାନଦା