Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅକାଳ ରେ ଚାଲିଗଲା ତିନି ଜୀବନ , ମର୍ମତୁଦ ସଡ଼କ ଦୁର୍ଘଟଣା।

ଆନନ୍ଦପୁର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ୩ ଜଣ ମୃତ। ମୃତକ ଙ୍କ ପରିଚୟ ଅସ୍ପଷ୍ଟ। ରହିଥିଲା। ଘଟଣା ଟି ଘସିପୁରା ଥାନା ଜାତୀୟ ରାଜପଥ ୨୦ ର ଶାଳପଡା କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ସାମ୍ନା ରାସ୍ତାରେ ବାଇକ ସହିତ ଲୁହାପଥର ବୋଝେଇ ହାଇୱା ମୁହାଁମୁହିଁ ଧକ୍କା ହୋଇଥିଲା ଦୁର୍ଘଟଣା ରେ ବାଇକ ରେ ଥିବା ଦୁଇ ଯୁବକ ଓ ଜଣେ ଯୁବତୀ ହାଇୱା ତଳେ ଚାପି ହୋଇଯାଇଥିବା ବେଳେ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରିବା ପରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଘସିପୁରା ପୋଲିସ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି। ମୃତକ ଙ୍କ ମଧ୍ୟରୁ ଜଣେ ଯୁବକ ଙ୍କ ନିକଟରୁ ମିଳିଥିବା ପରିଚୟ ପତ୍ରରୁ ମୃତକ ଦୁଇଜଣ ହାଟଡ଼ିହି ବ୍ଲକ ବଞ୍ଚୋ ଗ୍ରାମର ପ୍ରଭୁଦତ୍ତ ଓ ପ୍ରଭଞ୍ଜନ ବିଶ୍ୱାଳ ସ୍ତ୍ରୀଲୋକ ଜଣକ ଟମକା ଅଞ୍ଚଳର ଜିନା ମହାନ୍ତ ବୋଲି ଜଣା ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ