ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କଳାପଥର (ନୂଆଗାଁ)ର ଜଣେ ସିଆରପିଏଫ ଯବାନଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଗ୍ରାମର ଶୁଭେନ୍ଦୁ ପ୍ରଧାନ ଦୀର୍ଘ ବର୍ଷ ହେଲା ଦେଶର ବିଭିନ୍ନ ସ୍ଥାନ ରେ ସିଆରପିଏଫ୍ ଯବାନ ଭାବେ ଦେଶ ପାଇଁ କାମ କରୁଥିଲେ । ସେ ଅବସର ପରେ ଗ୍ରାମକୁ ଆସୁଥିବାରୁ ଗ୍ରାମର ଯୁବ ଗୋଷ୍ଠୀ ଙ୍କ ନେତୃତ୍ଵ ରେ ତାଙ୍କୁ ଭବ୍ୟ ସ୍ବାଗତ କରିବା ସହିତ ଏକ ବିରାଟ ଶୋଭଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରାଇଥିଲେ । କଳାପଥର ଗ୍ରାମର ଅଲେଖ ପ୍ରଧାନ ଓ ସୁମିତ୍ରା ପ୍ରଧାନ ଙ୍କ ବଡ ପୁଅ ହେଉଛନ୍ତି ଶୁଭେନ୍ଦୁ । ସେ ତା ୧୧/୦୩/ ୨୦୦୩ ମସିହାରେ ସିଆରପିଏଫ୍ ରେ ଜଣେ ଯବାନ ଭାବେ ଯୋଗଦେଇ ଥିଲେ । ଦୀର୍ଘ ୨୦ ବର୍ଷ ୭ ମାସ ୨୦ ଦିନ ପରେ ସେ ଅବସର ନେଇଥିଲେ । ସେ ଗ୍ରାମକୁ ପହଞ୍ଚିବା ଖବର ପାଇ ଗ୍ରାମର ଯୁବକମାନେ ବୀରମହାରାଜପୁର ନିକଟସ୍ଥ ରଥପୁର ଠାରେ ପହଞ୍ଚି ସ୍ବାଗତ କରିଥିଲେ । ପ୍ରାୟ ୩ଶହ ବାଇକ କୁ ନେଇ ଏକ ଶୋଭାଯାତ୍ରା ବାହାରିଥିଲା । ପ୍ରଥମେ ବୀରମହାରାଜପୁର ଜଗନ୍ନାଥ ମନ୍ଦିର କୁ ଯାଇ ଦର୍ଶନ ପରେ ଗ୍ରାମରେ ପହଞ୍ଚିଲା ଶୋଭାଯାତ୍ରା । ଗ୍ରାମରେ ପ୍ରତ୍ୟେକ ପରିବାର ଘର ସମ୍ମୁଖରେ କଳସ ବସାଇ ପୁଷ୍ପ ମଲ୍ୟ ଦେଇ ସ୍ବାଗତ କରିଥିଲେ । ପରେ ଗ୍ରାମରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭା ରେ ଅବସରପ୍ରାପ୍ତ ଶିକ୍ଷକ ଚିତ୍ତରଞ୍ଜନ ଗଡତିଆ , ପ୍ରଶାନ୍ତ ଶତପଥି ଓ ଶିକ୍ଷକ ମନୋଜ କର୍ମୀ ଙ୍କ ସହିତ ଶୁଭେନ୍ଦୁ ମଞ୍ଚାସିନ ଥିଲେ । ଉକ୍ତ ସଭା ରେ ଶୁଭେନ୍ଦୁ ଦେଶ ପାଇଁ କିଛି କରିବାର ସୁଯୋଗ ମିଳିଥିବାରୁ ନିଜକୁ ଗର୍ବ ଅନୁଭବ କରିଥିବା ପ୍ରକାଶ କରିଥିଲେ । ଆହୁରି ଗ୍ରାମରୁ ଅନେକ ଦେଶ ପାଇଁ କାମ କରିବାକୁ ଭାରତୀୟ ସେନା ରେ ଯୋଗଦେବାକୁ ଆହ୍ବାନ କରିଥିଲେ । ଏହି ଅବସର ରେ ତାଙ୍କୁ ଗ୍ରାମବାସୀ ଓ ଯୁବକସଙ୍ଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାକୁ ତ୍ରିପୁରାରି ମହକୁାର ପରିଚାଳନା କରିଥିବା ବେଳେ ଅମରେଶ ମହକୁର ଧନ୍ୟବାଦ ଅର୍ପଣ କରିଥିଲେ । ସୁଚନାମତେ ଶୁଭେନ୍ଦୁ ଗାଁ ସ୍କୁଲ ରୁ ପ୍ରାଥମିକ ଶିକ୍ଷା ପରେ ଉଲୁଣ୍ଡା ରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶିକ୍ଷା ଶେଷ କରିଥିଲେ । ସେ ସିଆରପିଏଫ୍ ସେ ଯୋଗଦେଇ ଦେଶ ର ଆନ୍ଧ୍ରପ୍ରଦେଶ , ଜମ୍ମୁ କାଶ୍ମୀର , ତାମିଲନାଡୁ , ଦିଲ୍ଲୀ , ଆସାମ , ମଣିପୁର , ତ୍ରିପୁରା , ଛତିଶଗଡ , ମଧ୍ୟପ୍ରଦେଶ ଆଦି ରାଜ୍ୟ ରେ କାମ କରିଛନ୍ତି । ପରିବାର ରେ ଶୁଭେନ୍ଦୁ ଙ୍କ ସ୍ତ୍ରୀ ତୃପ୍ତି ମଞ୍ଜରୀ ଓ ଏକ ମାତ୍ର ପୁତ୍ର ଭବିଷ୍ୟ ଙ୍କ ସହିତ ଦୁଇ ଭାଇ ସୁନିଲ ଓ ସୁଜିତ ଅଛନ୍ତି । ତେବେ ଆସାମ ରେ ଆତଙ୍କବାଦୀମାନେ ଯବାନମାନଙ୍କୁ ଆକ୍ରମଣ ଓ ପୁଲୱାମା ଆକ୍ରମଣ ଘଟଣା ରେ ନିଜ ସହକର୍ମୀ ଙ୍କ ସହିଦ ହେବା ଘଟଣା ବହୁତ ଦୁଃଖଦାୟକ ଥିଲା ବୋଲି କହିବା ସହିତ ସେ ଏବେ ନିଜ ଗ୍ରାମ ଓ ନିଜ ଅଞ୍ଚଳ ର ବିକାଶ ପାଇଁ କିଛି କରିବାର ସମୟ ଆସିଛି ବୋଲି ନିଜ ପ୍ରତିକ୍ରିୟା ରେ କହିଛନ୍ତି।
ସି ଆର ପି ଏଫ୍ ଯବାନ୍ ଙ୍କୁ ନିଜ ଜନ୍ମ ମାଟିରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା
