Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

NLC ବିସ୍ଥାପିତ ଖିଣ୍ଡା ପଞ୍ଚାୟତବାସୀ, ପ୍ରଶାସନ ଓ NLC କର୍ତ୍ତୃପକ୍ଷ ଙ୍କ ମଧ୍ୟରେ ତ୍ରିପାକ୍ଷିକ ବୈଠକ ସମ୍ପୂର୍ଣ୍ଣ ବିଫଳ। ଦାବି ପୂରଣ ନହେଲେ ଆନ୍ଦୋଳନ ର ଚେତାବନୀ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ତଲାବିରା 2 ଓ 3 କୋଇଲା ଖଣି ଖନନ କାର୍ଯ୍ୟ କରିଥିବା NLC କମ୍ପାନୀ, ବିସ୍ଥାପିତ ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ରେଙ୍ଗାଲି ତହସିଲ କାର୍ଯ୍ୟାଳୟ ରେ ହୋଇଥିବା ତ୍ରିପାକ୍ଷିକ ବୈଠକ ସମ୍ପୂର୍ଣ୍ଣ ବିଫଳ ହୋଇଥିବାର ଜଣାପଡିଛି। ସୂଚନାଯୋଗ୍ୟ ଗତ 13 ତାରିଖ ଦିନ ସମ୍ବଲପୁର ଜିଲ୍ଲାପାଳ ଖିଣ୍ଡା ପଞ୍ଚାୟତ ପରିଦର୍ଶନ ରେ ଯାଇଥିବା ବେଳେ ବିସ୍ଥାପିତ ଗ୍ରାମବାସୀ ବିଭିନ୍ନ ଦାବି ନେଇ ଜିଲ୍ଲାପାଳ ଙ୍କୁ ଜଣାଇଥିଲେ।
ଗ୍ରାମବାସୀ ଙ୍କ ଦାବି ଗୁଡିକ ହେଲା R&R କଲୋନୀ ପ୍ରସ୍ତୁତ ନୁହେଁ କିନ୍ତୁ ଖଣି କାର୍ଯ୍ୟ ଜାରି ରହିଛି | ଆମର କଲୋନୀ ପ୍ରସ୍ତୁତ ନୁହେଁ କିନ୍ତୁ ଆମର ଜମିଗୁଡିକ କମ୍ପାନୀ ଦ୍ୱାରା ବ୍ୟବହୃତ ହୋଇସାରିଛି | ଆମେ ଆମ ଜମିରେ ଚାଷ କରିବାକୁ ଅସମର୍ଥ | ଫସଲ କ୍ଷତିପୂରଣ ମଧ୍ୟ ଆବଶ୍ୟକ | ସମସ୍ତ କ୍ଷତିପୂରଣ ସହିତ ଗ୍ରାମବାସୀଙ୍କୁ ବିସ୍ଥାପିତ କରାଯିବା ଆବଶ୍ୟକ |
ସଂରଚନାଗୁଡ଼ିକର ମୂଲ୍ୟ – ବର୍ତ୍ତମାନର ହାର ରେ ଦିଆଯାଉ| । କମ୍ପାନୀ ବାକି ଥିବା ଜମି ଗୁଡିକୁ ମଧ୍ୟ ନିଜ ଅଧିନ କୁ ନେଉ। 18 ବର୍ଷ ରୁ ଉର୍ଦ୍ଧ ବିସ୍ଥାପିତ ଙ୍କୁ କମ୍ପାନୀ ଭତ୍ତା ପ୍ରଦାନ କରୁ, ଓବି ଡ଼ମ୍ପ ଯୋଗୁଁ ପରିବା ଚାଷ ନଷ୍ଟ ହେଉଛି କିନ୍ତୁ କମ୍ପାନୀ କୌଣସି କ୍ଷତିପୂରଣ ଦେଉନାହିଁ। ଗ୍ରାମ ପୋଖରୀ ର ପୁନଃଉଦ୍ଧାର କରାଯାଉ, ଆଦି ଦାବି କରିଛନ୍ତି ଗ୍ରାମବାସୀ
ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଶନିବାର ଦିନ ଏହି ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ତହସିଲ ଅଫିସରେ ତ୍ରିପାକ୍ଷିକ ବୈଠକ ଉପଜିଲ୍ଲାପାଳ ପ୍ରଭାସ ଡନସନା, ତହସିଲଦାର ବି. ଡୁଙ୍ଗଡୁଙ୍ଗ, ଖିଣ୍ଡା ସରପଞ୍ଚ ସନ୍ଧ୍ୟାରାଣୀ ପଧାନ, ସମିତି ସଭ୍ୟା ଅନିତା ସିଂ, vss ଶ୍ରମିକ ସଂଘ କାର୍ଯ୍ୟକାରୀ ସଭାପତି ବାବୁଲୁ ରାଉତ,ଅକ୍ଷୟ ଶତପଥୀ, ଏନଏଲସି ସିଜିଏମ ଫ୍ରାଙ୍କଲୀନ ଜୋସେଫା, HR DGM ନିରଜ ସିନହା, ସୁବ୍ରତ ବିଶ୍ବାଳ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।ଦାବି ପୂରଣ ନହେଲେ ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି ଗ୍ରାମବସୀ।