ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ରେ ହେଉଛି ୪୧ ତମ ଗଜଲକ୍ଷ୍ମୀ ପୂଜା ମହୋତ୍ସବ । ଏହି ଅବସରରେ ପ୍ରତ୍ୟହ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ । ଦିନବେଳା ନବାହ ପରାୟଣ ପରିବେଷଣ ହେଉଥିବା ବେଳେ ରାତିରେ ହେଉଛି ମୁରାସୁର ଦରବାର । ଦରବାର ରେ ପ୍ରତ୍ୟହ ଯୋଗଦେଇଛନ୍ତି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ , ଜନ ପ୍ରତିନିଧି , ରାଜନେତା , ପ୍ରଶାସନିକ ଅଧିକାରୀ ଓ ବିଶିଷ୍ଟ ବ୍ୟବସାୟୀ । ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ ହେଉଛି ଲୀଳା ନାଟକ । ତା ସହିତ ପରିବେଷଣ ହେଉଛି ସମ୍ବଲପୁରୀ ଓ ଆଧୁନିକ ନୃତ୍ୟ । ଦେଖିବାକୁ ପ୍ରତ୍ୟହ ଶତାଧିକ ଦର୍ଶକଙ୍କ ହେଉଛି ସମାଗମ । ସବୁଦିନ ମହାରାଜ ମୁରାସୁର ନିଜ ପାତ୍ର ମନ୍ତ୍ରୀ ସହିତ ଏକ ଶୋଭାଯାତ୍ରା ରେ ନଗର ପରିକ୍ରମା କରୁଛନ୍ତି । ଏକ ଶୋଭାଯାତ୍ରା ରେ ଦୁଲଦୁଲି , ଢୋଲ ନିସାନ , ତାସା ଆଦି ପଞ୍ଚ ବାଦ୍ୟ ବଜାଇ ମହାରାଜା ମୁରାସୁର ରଙ୍ଗମଞ୍ଚ କୁ ଯାଇଥିଲେ। ମଞ୍ଚ ରେ ପରିବେଷଣ ହୋଇଥିଲା ମୁରାସୁର ଲୀଳା ନାଟକ । ନାଟ୍ୟାଭିକ୍ରମରେ ମୁରାସୁର ଙ୍କୁ ନାରଦ ବିଷ୍ଣୁ ଙ୍କ ର ମର୍ତ୍ୟମଣ୍ଡଳ ରେ ଜନ୍ମ ବିଷୟରେ ବର୍ଣ୍ଣନା , ଶେଷ ନରସିଂହ ଙ୍କୁ ମାରିବା ପାଇଁ ମୁରାସୁର ର ବିଚାର ଆଦି ପରିବେଷଣ ହୋଇଥିଲା । ଏଥିରେ ମୁରାସୁର ଭୂମିକାରେ ଅନ୍ତର୍ଡା(ବିନିକା) ର ଗୋପାଳ ପଣ୍ଡା ଅଭିନୟ କରୁଥିବା ବେଳେ ନାରଦ ଭୂମିକାରେ ଜଗନ୍ନାଥ ସାହୁ , ମହାମନ୍ତ୍ରୀ ସୁବିଜ୍ଞ- ସୁନିଲ ରାଓ , ସେନାପତି କାଳ – ଲକ୍ଷିନ୍ଦ୍ର ଭୁଏ , ସେନାପତି ବିକାଳ- କିରଟୀ ମିଶ୍ର , ବରୁଣ ରାଜା – ଦେବାନନ୍ଦ ଭୋଇ ଏବଂ ଦେବତା ମଣ୍ଡଳୀ ଭୂମିକାରେ ଅନନ୍ତ ପ୍ରଧାନ , ବାବୁଲାଲ ଭୋଇ , ସୌଦାଗର ବାରିକ , ଦୂତ ଭୂମିକାରେ ସୁବାସ ମହକୁର ପ୍ରମୁଖ ଅଭିନୟ କରୁଛନ୍ତି। ଦରବାର ରେ ମହାରାଜ ମୁରାସୁର ର ନିମନ୍ତ୍ରଣ କ୍ରମେ ଅତିଥି ମାନେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ପୂଜା କମିଟି ର ସଭା ପତି ଲବ କୁମାର ସହୁ ପୋରୋହିତ୍ୟ କରିଥିଲେ । ଉପସଭାପତି ଧନଞ୍ଜୟ ସାହୁ , ସମ୍ପାଦକ ତ୍ରୟଞ୍ଜିବ ମିଶ୍ର , ବଳରାମ ପ୍ରଧାନ , ସହ ସମ୍ପାଦକ ବିଦ୍ୟାଧର ଖୁର୍ଡିଆ , କୋଷାଧ୍ୟକ୍ଷ ସତ୍ୟମୋହାନ ବେଦପାଣି , ଚିତ୍ତ ରଂଜନ ସାହୁ ପ୍ରମୁଖ ଅତିଥିଙ୍କୁ ସ୍ଵାଗତ କରିଥିଲେ । ଅତିଥିମାନଙ୍କୁ ଉପଢ଼ୌକନ ଓ ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚରେ ଭୀମ ଭୋଇ କଳା ପରିଷଦ , ବୀରମହାରାଜପୁର କଳାକାର ଙ୍କ ଦ୍ଵାରା ନୃତ୍ୟ ପରିବେଷଣ ରେ ମଞ୍ଚ ଦୁଲୁକି ପଡ଼ିଥିଲା । ଏହା ସହିତ ମିନବଜାର , ମା ‘ ଲକ୍ଷ୍ମୀ ଙ୍କ ମେଢ଼ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି । ଦର୍ଶକ ଏହାର ମଜା ନେବା ସହିତ ଚଟପଟି ଖାଦ୍ୟର ମଜା ନେଉଛନ୍ତି ।
ମୁରଶୁଣ୍ଢୀ ଗଜଲକ୍ଷ୍ମୀ ପୂଜା ଅବସରରେ ଆୟୋଜିତ ମୁରାସୁର ଦରବାର ରେ ମର୍ତ୍ତ୍ୟ ରେ ବିଷ୍ନୁ ଙ୍କ ଜନ୍ମ ଅଭିନିତ
