Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଫଗାନିସ୍ତାନ କ୍ରିକେଟ୍ ଦଳ ରଚିଲା ଇତିହାସ, ପ୍ରଥମ ଥର ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ

ନୂଆଦିଲ୍ଲୀ: ଆଜି ମୁମ୍ବାଇରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ। ଚଳିତ ବିଶ୍ଵକପରେ ଅଦ୍ୟାବଧି ଆଫଗାନିସ୍ତାନ ପ୍ରଭାବଶାଳୀ ପ୍ରଦର୍ଶନ କରି ଆସିଛି। ଦଳ ଗତ ତିନୋଟି ମ୍ୟାଚ୍ ଜିତି ଭଲ ଫର୍ମରେ ଅଛି। ମାତ୍ର ଅଷ୍ଟ୍ରେଲିଆ ବିପକ୍ଷରେ ଜିତିବା ମୁସ୍କିଲ। ଏଥର ଆଫଗାନିସ୍ତାନ ବିଶ୍ଵକପରେ ଦମଦାର ପ୍ରଦର୍ଶନ କରି ଇତିହାସ ରଚିଛି। ଦଳ ପାଇଁ ଆଉ ଏକ ବଡ଼ ସଫଳତା, ପ୍ରଥମ ଥର ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରିଛି। ଆଫଗାନିସ୍ତାନ ୨୦୨୫ରେ ପାକିସ୍ତାନରେ ଖେଳା ଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ଭାଗ ନେବ।

ଉଲ୍ଲେଖନୀୟ ବାଂଲାଦେଶ ସୋମବାର ଦିଲ୍ଲୀରେ ଖେଳା ଯାଇଥିବା ମୁକାବିଲାରେ ଶ୍ରୀଲଙ୍କାକୁ ୩ ଓ୍ଵିକେଟରେ ହରାଇଥିଲା। ଶ୍ରୀଲଙ୍କାର ପରାଜୟ ସହିତ ଆଫଗାନିସ୍ତାନ ଦଳ ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରିଛି। ଆଗାମୀ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ପାକିସ୍ତାନରେ ଖେଳାଯିବ। ଆଫଗାନ ଦଳ ବିଶ୍ଵକପରେ ଏ ଯାଏ ୭ଟି ମ୍ୟାଚ୍ ଖେଳି ୪ଟିରେ ବିଜୟ ହାସଲ କରିଛି। ଦଳ ଅନେକ ବଡ଼ ଦଳକୁ ମାତ୍ ଦେଇଛି। ଆଫଗାନିସ୍ତାନ ଇଂଲଣ୍ଡକୁ ୬୯ ରନରେ ହରାଇଛି। ଏହା ପରେ ପାକିସ୍ତାନକୁ ୮ ଓ୍ଵିକେଟରେ, ଶ୍ରୀଲଙ୍କାକୁ ୭ ଓ୍ଵିକେଟ୍ ଓ ଶେଷ ମୁକାବିଲାରେ ନେଦରଲ୍ୟାଣ୍ଡ୍ସକୁ ୭ ଓ୍ଵିକେଟ୍ ହରାଇ ବଡ଼ ବିଜୟ ହାସଲ କରିଛି।

ଆଜିର ମ୍ୟାଚ୍ ଦଳ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। ଅଷ୍ଟ୍ରେଲିଆ ମଧ୍ୟ ଆଜିର ମ୍ୟାଚ୍ ଜିତି ସେମିକୁ ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଅନ୍ୟପଟେ ଆଫଗାନିସ୍ତାନ ପୁଣି ଏକ ବିପର୍ଯ୍ୟୟ ସୃଷ୍ଟି କରି ସେମି ଫାଇନାଲରେ ପହଞ୍ଚିବାକୁ ଯଥା ସମ୍ଭବ ଉଦ୍ୟମ। ଦଳର ବୋଲିଂ ଏବଂ ବ୍ୟାଟିଂ ବିଭାଗ ବେଶ ସନ୍ତୁଳିତ ରହିଛି। ତେଣୁ ଆଜିର ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।