ଦ୍ଵିତୀୟ ଥର ଜିଲ୍ଲା ସଭାପତି ଗିରିଶ ପଟେଲଙ୍କୁ ସମ୍ବର୍ଦ୍ଧନା


ସମ୍ବଲପୁର:ଗତକାଲି ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନ ମୋହନ ସାମଲ ରାଜ୍ୟ ର ୩୬ ଗୋଟି ସାଙ୍ଗଠନିକ ଜିଲ୍ଲା ର ଜିଲ୍ଲା ସଭାପତି ଙ୍କ ନାମ ଘୋଷଣା କରିଛନ୍ତି । ସମ୍ବଲପୁର ବିଜେପି ର ଜିଲ୍ଲା ସଭାପତି ଭାବେ ଶ୍ରୀଯୁକ୍ତ ଗିରିଶ ପଟେଲ ଙ୍କୁ ପୁନର୍ବାର ମନୋନୀତ କରାଯାଇଛି । ଏହାକୁ ନେଇ ଜିଲ୍ଳା ରେ ବିଜେପି କର୍ମୀ ଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।
ଆଜି ସମ୍ବଲପୁର ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଦଳୀୟ କର୍ମୀ ଓ ପଦାଧିକାରୀ ମାନେ ତଙ୍କୁ ସମ୍ମର୍ଦ୍ଧନା ଜଣାଇଛନ୍ତି । ପୁଷ୍ପମାଲ୍ୟ, ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ତାଙ୍କୁ ସମ୍ମାନିତ କରିବା ସହିତ ମିଷ୍ଟାନ୍ନ ବଣ୍ଟନ ମଧ୍ଯ କରାଯାଇଥିଲା ।