ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କଲ୍ୟାଣ ମଣ୍ଡପଠାରେ ଭୀମଭୋଇ ସାମର୍ଥ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଶସକ୍ତି କରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ଶିବିରରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଞୁଲତା ମିଶ୍ରଙ୍କ ସହିତ ବ୍ଲକ ଅଧ୍ୟକ୍ଷା ଶାନ୍ତ ଲୁହା , ଜିଲ୍ଲାପରିଷଦ ସଭ୍ୟ ଲବକୁମାର ସାହୁ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗି, ଏ ବି ଡି ଓ ପୁରୁଷୋତ୍ତମ ଧାରୁଆ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ । ବ୍ଲକରେ ଥିବା ବିଭିନ୍ନ ଗାଁ ଗଣ୍ଡାରୁ ଆସିଥିବା ବିଭିନ୍ନ ବର୍ଗର ଲୋକେ ଯେଭଳି ଏହାର ସୁବିଧା ସୁଯୋଗ ନେଇ ପାରିବେ ସେନେଇ ସବୁ ପ୍ରକାରର ସୁବନ୍ଦୋବସ୍ତ କରାଯାଇଥିଲା । ଏଥିରେ ବ୍ଲକ ରେ ରହିଥିବା ଶାରିରୀକ , ବିକଳାଙ୍ଗ , ଶ୍ରବଣବାଧିତ , ମାନସିକ ରୋଗ , ଅର୍ଥୋପେଡିକ , ଚକ୍ଷୁରୋଗ ଭଳି ୧୦ଟି ବିଭାଗର ବିଶେଷଜ୍ଞ ଉପସ୍ଥିତ ରହି ଚିକିତ୍ସା କରିଥିଲେ । ବିଶେଷକରି ଅନ ଲାଇନ ମାଧ୍ୟମରେ ନାମ ପଞି କରଣ କରାଯାଇ ଲୋକେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ l ସରକାରଙ୍କ ବିଭିନ୍ନ ଯୋଜନାର କିଭଳି ଲାଭ ଉଠାଇ ପାରିବେ ସେନେଇ ପ୍ରୟାସ କରାଯାଇଥିଲା l ଉକ୍ତ ଶିବିରକୁ ଆସି ସମସ୍ତ ସୁବିଧା ପାଇବା ଏବଂ ଅନଲାଇନ ରେଜିଷ୍ଟ୍ରସନ କରିବା ସହିତ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ପରାମର୍ଶ କରିଥିଲେ ।
ବୀରମହାରାଜପୁର କଲ୍ଯାଣ ମଣ୍ଡପ ରେ ଭୀମଭୋଇ ସାମର୍ଥ୍ୟ ଶିବିର
