ବିଜେଡିର କମ୍ବଳ ବଣ୍ଟନ


ସମ୍ବଲପୁର:ସମ୍ବଲପୁର ବିଜୁ ଜନତା ଦଳ ପକ୍ଷରୁ ମହାନଗରର ୱାର୍ଡ ନଂ- ୩୪ ଭୂତାପଡା ଠାରେ ବିଜୁ ଜନତାଦଳ ସମ୍ବଲପୁର ତରଫରୁ ସମାଜସେବୀ ତଥା ବିଜେଡି ନେତା ହରଦୀପ ସିଂ ଭୁର୍ଜି (ବବି ସିଂ )ଙ୍କ ସୌଜନ୍ୟରୁ ୨୭ ଜଣ ମା ଓ ଭଉଣୀଙ୍କୁ କମ୍ବଳ ବଣ୍ଟନ କରାଯାଇଛିl ଏହା ସହ ବରିଷ୍ଟ ନାଗରିକ ସୋଫିଆ ଖାତୁନଙ୍କୁ ତାଙ୍କର ଦୀର୍ଘ ୪୦ ବର୍ଷରୁ ଛୋଟ ଛୁଆ ମାନଙ୍କୁ ସାମାଜିକ ଓ ଧାର୍ମିକ ଶିକ୍ଷାରେ ବିଶେଷ ଯୋଗଦାନ ଦେଇ ଥିବା ଯୋଗୁ ସାଲ ଦେଈ ସମ୍ମାନିତ କରାଗଲା।ଏହା ସହିତ ସ୍ଥାନୀୟ ବାସିନ୍ଦା ମାନଙ୍କର ସୁବିଧା ଅସୁବିଧା ମଧ୍ୟ ବୁଝା ଗଲା। ଏହି କାର୍ଯକ୍ରମରେ ବିଶେଷ ସହଯୋଗୀ ବିଜେଡ଼ି ମହିଳା ନେତ୍ରୀ ମୁନି ବେଗମ ଓ ତାଙ୍କ ସହିତ ସହୟୋଗରେ ଥିଲେ ମହିଳା ବିଜେଡ଼ି ନେତ୍ରୀ ସୁରେଖା ସାହୁ,ମମତା ପଣ୍ଡା, ଲିଲିମା ମଲ୍ଲିକ, ସମିତା ପଟ୍ଟନାୟକ,ଅଫସାନା ଅଞ୍ଜୁମ୍ , ଫିର୍ଦୋଷ ଅଞ୍ଜୁମ।ଆଇନଜୀବି ସବିନୟ ପୂଜାରୀ, ସଂଜୀବ ପଟ୍ଟନାୟକ. ବିଜେଡି ସକ୍ରିୟ ସଦସ୍ୟ ପ୍ରସାନ୍ତ ନାୟକ, ନବୀନ ପଣ୍ଡା, ହରିହର ପାଣି, ହରେକୃଷ୍ଣ ସରାଫ, ଏମ ଡି ଅମଜଦ , ସୋନୁ ସିଂହ।l ଅନ୍ୟାନ୍ନ ସହଯୋଗୀ ମାନଙ୍କ ମଧ୍ୟରେ ଜରିନା, ନୁରା ବି, ସନୀୟା,, ବେଗମ, ଜୁହି ବି, ଜାହିଦା ବେଗମ, ଫିନଦୋଷ ବି, ନୁର ଫତିମା ଆଦି ମହିଳା କର୍ମୀ ଉପସ୍ଥିତ ଥିଲେ।