Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାନେଶ୍ୱର:ବିଜୁ ପ୍ରିମିୟର ଲିଗ୍ ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର (ମାନେଶ୍ୱର):ମାନେଶ୍ଵର ବ୍ଲକ ସାହାସପୁର ଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ବିଜୁ ପ୍ରିମିୟର ଲିଗ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଏଥିରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଅନମୋଲ ଦାଶ ସଭାପତିତ୍ୱ କରିଥିବା ବେଳେ ସମ୍ବଲପୁର ଜିଲ୍ଲା ଯୁବ ଓ ଛାତ୍ର ପର୍ଯ୍ୟବକ୍ଷକ ରାଜେଶ ରାଜ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବିଜୁ ପ୍ରିମିୟର ଲିଗ ବିଷୟରେ ଉପସ୍ଥାପନା କରିଥିଲେ l ଏହି ମେଚ୍ ପଞ୍ଚାୟତ ସ୍ତରୀୟ ବ୍ଲକ ସ୍ତରୀୟ ନିର୍ବାଚନ ସ୍ତରୀୟ ଓ ପରେ ଜିଲ୍ଲା ସ୍ତରୀୟ ଅନୁଷ୍ଠିତ ହେବ l ଜିଲ୍ଲା ସ୍ତରୀୟ ଫାଇନାଲ ମେଚରେ ବିଜୟୀ ଦଳକୁ ୧,୫୦,୦୦୦ଟଙ୍କା ପୁରସ୍କାର ରାଶି ସହିତ ବିଭିନ୍ନ ପୁରସ୍କାର ଥିବା ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ସତ୍ୟନାରାୟଣ ମେଣ୍ଡଲୀ, ଜୋନ ଯୁବା ସଭାପତି ଦେବାଶିଷ ପରିଡା, ଛାତ୍ର ଜୋନ ସଭାପତି ମିଳନ ହୋତା, ମାନେଶ୍ଵର ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ହେମନ୍ତ ପଣ୍ଡା, ଛାତ୍ର ସଭାପତି ମାନସ ମହାପାତ୍ର, ଯୁବା ସଭାପତି ସମିର ହୋତା, ରଘୁମଣୀ ସାହୁ,ପଞ୍ଚାୟତ କାର୍ଯ୍ୟକାରୀ ସଭାନେତ୍ରୀ ମିନାକ୍ଷୀ ପଣ୍ଡା,ସାହାସପୁର ସରପଞ୍ଚ ଦିବାକର ବିଶ୍ୱାଳ, ସମିତି ସଭ୍ୟ ଲିନା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ମହିଲା ସଭାନେତ୍ରୀ ବୀଣାପାଣି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ