Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନୂଆଁ ବର୍ଷ ଆରମ୍ଭରୁ ସମଲେଶ୍ବରୀ ମନ୍ଦିର ନୂଆଁ ରୂପରେ

ସମ୍ବଲପୁର:ମାଁ ସମଲେଶ୍ଵରୀଙ୍କ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତାମାସ ସୁଦ୍ଧା ମନ୍ଦିରର ରୂପାନ୍ତରଣ ସାରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ଆଜି ସକାଳେ ପୀଠ ପରିସରରେ ପହଞ୍ଚି ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ।
ସକାଳ ୬ଟାରେ ମାଆ ସମଲେଶ୍ବରୀଙ୍କ ପୀଠରେ ପହଞ୍ଚି ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବା ମନ୍ଦିରର ଉନ୍ନତିକରଣ ନେଇ ସେବାୟତ ଓ ନିର୍ମାଣକାରୀ ସଂସ୍ଥା ସହିତ ଆଲୋଚନା କରିଛନ୍ତି ନବୀନ ଓଡ଼ିଶା ଅଧ୍ୟକ୍ଷ। ନୂତନ ମନ୍ଦିର ବେଢା ନିର୍ମାଣ, ପାର୍କିଂ ସ୍ଥଳୀ, ପୋଡିୟମ, ଧାଡି ପରିଚାଳନା ବ୍ୟବସ୍ଥା, କ୍ଲକ୍ ରୁମ ନିର୍ମାଣ ସହ ମନ୍ଦିର ଚାରିପାଖର ସୌନ୍ଦର୍ଯ୍ୟକରଣ କରାଯାଉଛି। ଭେଣ୍ଡିଂ ଜୋନ, ସୂଚନା କେନ୍ଦ୍ର, ତୀର୍ଥଯାତ୍ରୀ ସୁବିଧା, ମନ୍ଦିର ସୁବିଧା କେନ୍ଦ୍ର, ଦୀପଘର, ଭୋଗ ମଣ୍ଡପ ଆଦି କାମ ଜାରି ରହିଛି।
ସେହିପରି ମହାନଦୀ କୂଳରେ ନିର୍ମାଣାଧୀନ ମହାନଦୀ ଆଳତୀ ପାଇଁ ଚାଲିଥିବା କାମର ମଧ୍ଯ ସମୀକ୍ଷା କରିଛନ୍ତି। ଏହି କାମ ବହୁତ ବାକି ଥିବାରୁ ଏହାକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ଦିର ରୂପାନ୍ତରଣର ୭୦ ପ୍ରତିଶତରୁ ଅଧିକ କାର୍ଯ୍ୟ ଶେଷ ହେଲାଣି । ପ୍ରତି କାମକୁ ଦେଖିବା ସହ ଏହାର ଗୁଣବତ୍ତା ସମ୍ପର୍କରେ ଆଲୋଚନା କରିବା ସହ ନୂଆବର୍ଷ ପୂର୍ବରୁ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ।
ଏହି ଅବସରରେ ସେ ମନ୍ଦିରର ପୂଜକ ଏବଂ ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଏହି ଗସ୍ତ ସମୟରେ ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ର, ପୂର୍ତ୍ତ ବିଭାଗ ସଚିବ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ଅନନ୍ୟା ଦାସ, ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।