Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ସାଂସ୍କୃତିକ ଓ ଭାଗିରଥି ପଟ୍ଟନାୟକ ସ୍ମୃତି କମିଟି ସହଭାଗିତାରେ ଭାଗିରଥି ପଟ୍ଟନାୟକ ଜୟନ୍ତୀ ପାଳିତ

ସମ୍ବଲପୁର:ଆଜି ଓଡିଶା ସାଂସ୍କୃତିକ ସମାଜ ଓ ଭାଗିରଥି ପଟ୍ଟନାୟକ ସ୍ମୃତି କମିଟୀର ମିଳିତ ଆନୁକୁଲ୍ୟରେ ସାଂସ୍କୃତିକ ସମାଜର ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ଭବନଠାରେ ଭାଗିରଥି ପଟ୍ଟନାୟକ ଜୟନ୍ତୀ ପାଳିତ ହୋଇଯାଇଛି। ସାଂସ୍କୃତିକ ସମାଜର ସଭାପତି ଅଶୋକ କୁମାର ମିଶ୍ରଙ୍କର ଅଧ୍ଯକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପ୍ରଫେସର ଡ. ଗିରିଜା ଶଙ୍କର ଶର୍ମା ତାଙ୍କ ବକ୍ତବ୍ୟ ରଖି କହିଥିଲେ ଯେ,ସ୍ୱଧୀନତା ସମସ୍ତଙ୍କ ଅଧିକାର।ଭାରତବାସୀଙ୍କୁ ଦୀର୍ଘକାଳ ଏହି ଅଧିକାରରୁ ବଂଚିତ ହେବାକୁ ପଡିଛି। ତେବେ ଯେଉଁ ମହାନ ବ୍ୟକ୍ତିଙ୍କ ତ୍ୟାଗ ବଳିଦାନ ଓ ନିଷ୍ଠା ଫଳରେ ଭାରତବାସୀଙ୍କୁ ତାଙ୍କ ଅଧିକାର ମିଳି ପାରିଥିଲା ସେମାନଙ୍କ ମଧ୍ୟରୁ ଭାଗିରଥି ପଟ୍ଟନାୟକ ଥିଲେ ଜଣେ ନିଷ୍ଠାବାନ ସଂଗ୍ରାମୀ।ଭାଗିରଥି ପଟ୍ଟନାୟକଙ୍କ ଜୀବନୀ ଉପରେ ଆଲୋଚନା କରି ସେ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେବା ପାଇଁ ସେ ବିଭିନ୍ନ ଦେଶାତ୍ମବୋଧକ ପୁସ୍ତକରୁ ପ୍ରେରଣା ପାଇଥିଲେ। ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ଆର୍ଥିକ ଅନଟନ ସତ୍ତ୍ୱେ ସେ ଗାନ୍ଧୀଜୀଙ୍କ ବାର୍ତ୍ତା ପ୍ରଚାର ପ୍ରସାର ଲାଗି ବ୍ରତି ହୋଇଥିଲେ ଏପରିକି ଓଡିଶାର ପ୍ରତନିଧି ଭାବରେ ସେ ଗୟା କଂଗ୍ରେସ ଅଧିବେଶନକୁ ଯାଇଥିଲେ। ସେ ତାଙ୍କ ଜନ୍ମମାଟି ବରପାଲିକୁ ବହୁତ ଭଲ ପାଉଥିଲେ। ନିଜ ଜନ୍ମମାଟିକୁ ଭଲ ପାଇବା ମହତ ଜନର ଲକ୍ଷଣ। ତାଙ୍କ ସଂଗ୍ରାମରେ ନୃସିଂହ ଗୁରୁ,ଲକ୍ଷ୍ମୀନାରାୟଣ ମିଶ୍ର ପ୍ରମୁଖ ସମ୍ବଲପୁରର ସଂଗ୍ରାମୀମାନେ ସହଯୋଗ କରିଥିଲେ। ସମ୍ବଲପୁର ଅଂଚଳରେ କଂଗ୍ରେସକୁ ଦୃଢ କରିବାରେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ଡାଏରୀକୁ ଆଧାର କରି ଅଂଚଲର ବହୁ ସ୍ୱଧୀନତା ସଂଗ୍ରାମୀଙ୍କ ଜୀବନୀ ଲେଖାଯାଇଛି ଓ ଆମେ କେବଳ ତାଙ୍କ ଜନ୍ମଦିନ ହିଁ ତାଙ୍କୁ ସ୍ମରଣ କରିବା ଅପେକ୍ଷା ତାଙ୍କ ଅବଦାନ ବିଷୟରେ ନିୟମିତ ଚର୍ଚ୍ଚା ହେବା ଉଚିତ ବୋଲି ଡ.ଶର୍ମା ମତବ୍ୟକ୍ତ କରିଥିଲେ। ଶେଷରେ ସହସମ୍ପାଦକ ସୁରେଖା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରଫୁଲ୍ଲ କୁମାର ହୋତା,ଦୀନବନ୍ଧୁ ପଣ୍ଡା,ସବ୍ୟସାଚୀ ମିଶ୍ର, ଦିଲୀପ ବଘାର ପ୍ରମୁଖ କାର୍ଯକ୍ରମରେ ସହଯୋଗ କରିଥିଲେ। ପ୍ରକାଶ ଥାଉକି ଆଜି ଦିବାକାଳରେ ସାଂସ୍କୃତିକ ସମାଜ ପକ୍ଷରୁ ସ୍ଥାନୀୟ ବାଲିବନ୍ଧା ସ୍ଥିତ ଭାଗିରଥି ପଟ୍ଟନାୟକ,ପ୍ରଫୁଲ୍ଲ ପଟ୍ଟନାୟକ ଓ ଜମ୍ବୁବତୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ