ବୀରମହାରାଜପୁର ରେ ବ୍ଲକ ସ୍ତରୀୟ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ନେଟୱାର୍କିଂ କର୍ମଶାଳା


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭା ଗୃହରେ ଶୁକ୍ରବାର ରେଆର ସୋନପୁର ଦ୍ୱାରା ବେଶିକ ନୀଡ଼ସ ଇଣ୍ଡିଆ ବାଙ୍ଗାଲୋର ସହାୟତା ରେ ବ୍ଲକ ସ୍ତରୀୟ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ନେଟୱର୍କିଙ୍ଗ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଆଜି ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ ଯୋଗ ଦେଇଥିଲେ I ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ମେଡିକାଲ ଅଫିସର (ଆୟୁଷ )ପ୍ରଣବ କୁମାର ମହାପାତ୍ର , ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଞ୍ଜୁଲତା ମିଶ୍ର , ବେସିକି ନୀଡ଼ଡ୍ସ ଇଣ୍ଡିଆ ରାଜ୍ୟ ସଂଯୋଜକ ରାଜୀବ କର୍ମୀ , ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ରମେଶ ଚନ୍ଦ୍ର ସ୍ୱାଇଁ , ଡାକ୍ତର ଗୀତିକା କୁଜୁର , ସାମ୍ବାଦିକ ଯୁଗଳ କିଶୋର ମିଶ୍ର , କିଶୋର ହୋତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ l ରେଆର ସମ୍ପାଦକ ଅନଙ୍ଗ ନେଗୀ ସଭା ସଂଯୋଜନା କରିଥିବା ବେଳେ ନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧିକାରୀ ବିଶ୍ୱମ୍ବର ସାହୁ ସ୍ୱାଗତ ଭାଷଣ ସଙ୍ଗେ ପରିଚୟ ପ୍ରଦାନ କରିଥିଲେ l ବୀରମହାରାଜପୁର ବ୍ଲକ ରେ ମାନସିକ ରୋଗୀ ମାନଙ୍କ ଚିହ୍ନଟ , ସେମାନଙ୍କ ଚିକିତ୍ସା , ଜୀବନ ଜୀବିକା ବିଷୟରେ ଆଲୋଚନା କରିବା ସହ ବାହାରେ ବୁଲୁଥବା ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ଥଇଥାନ ବିଷୟରେ ବିଶେଷ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅତିଥି ମାନେ ମତ ପ୍ରକାଶ କରିଥିଲେ l ସମସ୍ତ ଙ୍କ ମିଳିତ ଉଦ୍ୟମ ହେଲେ ଏହି ବ୍ୟକ୍ତି ମାନେ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେବେ l ଏହି ଅବସର ରେ ତିନି ଜଣ ଙ୍କୁ ଜୀବନ ଜୀବିକା ସହାୟତା ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ ରେ ମାନସିକ ସ୍ୱାସ୍ଥ୍ୟ ସ୍ବେଛାସେବୀ , ସରପଞ୍ଚ , ଆଶା କର୍ମି , ଅଙ୍ଗନବାଡି କର୍ମୀ , ମାନସିକ ଅସୁସ୍ଥ ବ୍ୟକ୍ତି ଓ ସେମାନଙ୍କ ଯତ୍ନକାରୀ ମାନେ ଯୋଗ ଦେଇଥିଲେ l ରେଆର ପ୍ରତିନିଧି ମୋନଜ କୁମାର ସ୍ୱାଇଁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ I