Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗୋଶାଳା ଆଦର୍ଶ ବିଦ୍ୟାଳୟ ସ୍କୁଲବସ ସେବା ଶୁଭାରମ୍ଭ

ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ଗୋଶାଳା ସ୍ଥିତ ଆଦର୍ଶ ବିଦ୍ୟାଳୟ ର ସ୍କୁଲବସ ସେବା ବିଳମ୍ବରେ ହେଲେ ବି ଛାତ୍ରଛାତ୍ରୀଙ୍କ ଯାତାୟାତ ପାଇଁ ସ୍କୁଲବସ ସେବାର ଶୁଭାରମ୍ଭ ହୋଇଛି।ଏହି ଅବସରରେ ଜିଲ୍ଲା ପରିଷଦ ସଭାପତି ମହୋଦୟା ଶ୍ରୀମତୀ କୁମୁଦିନୀ ନାୟକ ଓ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ବେହେରା ମହୋଦୟା ଝଣ୍ଡା ଉଡାଇ ବସର ଶୁଭରମ୍ଭ କରିଥିଲେ। ଜିଲ୍ଲା ପରିଷଦ ଧନକଉଡ଼ା ଜୋନ ୧ ସୁନିଲ ମିଶ୍ର, ଜୋନ ୨ ଜିଲ୍ଲା ପରିଷଦ ସୁଦର୍ଶନ ହରିପାଲ, ଜିଲ୍ଲା ସମ୍ପାଦକ ଜିତୁ ମିଶ୍ର, ପୂର୍ବତନ ସରପଂଚ ଶ୍ରିହାରୀ ନାଗ, ଯୁବ ନେତା ଜଗୁ ନାଥ, ସୁଜିତ ସାହୁ ତଥା ଛାତ୍ରୀଛାତ୍ର ,ଅଭିଭାବକ ଅଭିବାବିକା ବୃନ୍ଦ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ।ମଦୂର ଦୂରଦୂରାନ୍ତରୁ ଛାତ୍ରଛାତ୍ରୀମାନେ ନିଜସ୍ୱ ଖର୍ଚ୍ଚରେ ଯାତାୟାତ କରୁଥିବାବେଳେ, ଏଣିକି ସେମାନେ ସୁବିଧାରେ ଯାଇଆସିପାରିବେ ବୋଲି ମତପ୍ରକାଶ ପାଇଛି।ଫଳରେ ଛାତ୍ରୀଛାତ୍ର ମହଲରେ ଖୁସିର ଲହରୀ ଦେଖିବାକୁ ମିଳିଛି।ରାଜ୍ୟ ସରକାରଙ୍କ ଏପରି ଏକ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।