Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ଦାବି ପତ୍ର

ସମ୍ବଲପୁର:ଦେଶ ରେ ଜନସଂଖ୍ୟା ବିସ୍ପୋରଣ ଏକ ବଡ ସମସ୍ୟା ରୂପ ଧାରଣ କଲାଣି । ଦେଶ ରେ ଜନସଂଖ୍ୟା ନିୟନ୍ତ୍ରଣ କରା ନ ଗଲେ ଭବିଷ୍ୟତ ରେ ଏହା ଦେଶ ର ଆଭ୍ୟନ୍ତରୀଣ, ବାହ୍ୟ ସୁରକ୍ଷା ସହିତ ଆର୍ଥିକ, ସାମାଜିକ, ରାଜନୈତିକ କ୍ଷେତ୍ରରେ ମଧ୍ୟ ଏକ ବଡ ବିପଦ ପାଲଟିବ । ଜାତି, ଧର୍ମ, ବର୍ଣ୍ଣ, ଭାଷା, ପ୍ରାନ୍ତୀୟ ବିଚାରଧାରା ନିର୍ବିଶେଷରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦେଶ ରେ ଏକ କଠୋର ଆଇନ୍ ର ଆବଶ୍ୟକତା ରହିଛି । ଏଥି ପାଇଁ ଦୀର୍ଘ ଦଶ ବର୍ଷ ରୁ ଉର୍ଦ୍ଧ୍ବ ସମୟ ହେଲାଣି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଆନ୍ଦୋଳନ କରି ଆସୁଛି ।
ଗତ ଛଅ ମାସ ହେଲା ଫାଉଣ୍ଡେସନ ପକ୍ଷରୁ ଦେଶବ୍ୟାପୀ ଦସ୍ତଖତ ଅଭିଯାନ ଚାଲିଥିଲା । ସମଗ୍ର ଦେଶରେ କରାଯାଇଥିବା ଦସ୍ତଖତ ଅଭିଯାନ ର ଦେଢ଼ କୋଟି ରୁ ଉର୍ଦ୍ଧ୍ବ ଦସ୍ତଖତ ସମ୍ବିଲିତ ଦସ୍ତାବେଜ କୁ ନେଇ ଅକ୍ଟୋବର ଶେଷ ସପ୍ତାହ ରେ ଫାଉଣ୍ଡେସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କୁ ହସ୍ତାନ୍ତର କରାଯିବାର କାର୍ଯ୍ୟକ୍ରମ ଥିଲା । ଏହାକୁ ନେଇ ଦେଶ ର ରାଜଧାନୀ ଦିଲ୍ଲୀ ରେ ଏକ ବିଶାଳ ଶୋଭାଯାତ୍ରା ଓ ସାଧାରଣ ସଭା ହୋଇଥିଲା ।
ଦେଶ ରେ ଏକ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ପ୍ରଣୟନ ପାଇଁ ଦାବୀ କରି ଫାଉଣ୍ଡେସନ ର ରାଷ୍ଟ୍ରୀୟ ସଂଯୋଜକ ଅନିଲ ଚୌଧୁରୀ ଆମରଣ ଅନଶନରେ ବସିଛନ୍ତି । ଦୀର୍ଘ ୧୨ ଦିନ ବିତିଯାଇଥିଲେ ମଧ୍ୟ ସରକାର୍ ଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।
ଅନିଲ ଚୌଧୁରୀ ଙ୍କ ସମର୍ଥନ ରେ ଓ ଦେଶ ରେ ଏକ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ପ୍ରଣୟନ ପାଇଁ ଦାବୀ କୁ ନେଇ ଆଜି ସମଗ୍ର ଦେଶରେ ଏକ ବିଶେଷ କାର୍ଯ୍ୟକ୍ରମ ହାତ କୁ ନିଆଯାଇଥିଲା । ଦେଶ ରେ ଚାରି ଶହ ରୁ ଉର୍ଦ୍ଧ୍ବ ଜିଲ୍ଲା ରେ ଜିଲ୍ଲାପାଳ ଙ୍କ ଜରିଆରେ ଦଶ ର ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।
ଏହି ମର୍ମ ରେ ଆଜି ସମ୍ବଲପୁର ରେ ମଧ୍ଯ ଦାବୀ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ହୋଇଯାଇଛି । ଫାଉଣ୍ଡେସନ ର ସମ୍ବଲପୁର ଜିଲ୍ଲା ସଭାପତି ସୁଜିତ୍ କୁମାର ମିଶ୍ର ଙ୍କ ନେତୃତ୍ବ ରେ ଫାଉଣ୍ଡେସନ ର ପଦାଧିକାରୀ ମାନେ ଜିଲ୍ଲାପାଳ ଶ୍ରୀମତୀ ଅନନ୍ୟା ଦାସ ଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ଦାବୀ ପତ୍ର ପ୍ରଦାନ କରିଥିଲେ ।
ଆଜି ର କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଗୋବିନ୍ଦ ଅଗ୍ରୱାଲ, ପ୍ରଦିପ ସୁପକାର, ଭାରତୀ ପଣ୍ଡା, ମାନସ ରଞ୍ଜନ ବକ୍ସି, ତୃପ୍ତିମୟୀ ପଣ୍ଡା, ଆଶୁତୋଷ ବିଶି, ପୁଷ୍ପାଞ୍ଜଳି ଜେନା, ଦାମୋଦର କର, ମିଳନ ମହାରଣା, ସୋମିକ ଵାବୁ, ଦଶରଥ ବଞ୍ଛୋର୍, ଅରବିନ୍ଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ