Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଜିଲ୍ଲା ଆମ୍ ଆଦମୀ ପାର୍ଟି ପକ୍ଷରୁ କଳାହାଣ୍ଡି ଲୋକସଭା ସଭାପତି କୃତିବାସ ମୁଣ୍ଡଙ୍କ କାର୍ଯ୍ୟାଳୟ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭବାନୀପାଟଣା, ୧୧/୧୧ (ଜଗନ୍ନାଥ ନାଏକ) : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଆଜି ତା ୧୧/୧୧/୨୩ ରିଖ ଦିନ କଳାହାଣ୍ଡି ଲୋକସଭା ସଭାପତି ଶ୍ରୀ କୃତିବାସ ମୁଣ୍ଡ ଓ ଜିଲ୍ଲା ଆବହାକ ଶ୍ରୀ ସତ୍ୟ ମାହାର ଙ୍କ ନେତୃତ୍ୱରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକ ରେ ସଙ୍ଗଠନ କୁ ସୁଦୃଢ଼ କରିବା ଦିଗରେ ୨୦୨୪ ରେ ଜୋରଦାର ଲଢେ଼ଇ କରିବା ଦିଗରେ ଆଲୋଚନା ହେଇଥିଲା। ଏବଂ କଳାହାଣ୍ଡି ଜିଲ୍ଲା ରେ ବିଦ୍ୟୁତ୍ ଉତ୍ପନ୍ନ ହୋଇ ବାହାର ରାଜ୍ୟ କୁ ବିକ୍ରି ହେଉଛି କିନ୍ତୁ କଳାହାଣ୍ଡି ବାସୀ ମାଗଣା ବିଜୁଳି ପାଇ ପାରୁନାହାନ୍ତି ତେଣୁ ୨୦୦ ୟୁନିଟ ମାଗଣା ବିଜୁଳି ଓ ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା ୨୫୦୦ ଟଙ୍କା ଦାବୀ ନେଇ ଆସନ୍ତା ଡ଼ିସେମ୍ବର ୧୨ ତାରିଖ ଦିନ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ନିଷ୍ପତି ନିଆହେଲା । କଳାହାଣ୍ଡି ଜିଲ୍ଲା ରେ ବିଜେପି ବିଜେଡି ଓ କଂଗ୍ରେସ ରେ ଦିନକୁ ଦିନ ଗୋଷ୍ଟି କନ୍ଦଳ ବଢ଼ିବାରେ ଲାଗିଥିବା ବେଳେ ଆମ୍ ଆଦମୀ ପାର୍ଟି ନିଜର କାୟା ବିସ୍ତାର କରିବାରେ ଲାଗିଛି। ତେଣୁ ୨୦୨୪ରେ ଆମ୍ ଆଦମୀ ପାର୍ଟି ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହୋଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଦିଲ୍ଲୀ ଓ ପଞ୍ଜାବ ରେ ଆମ୍ ଆଦମୀ ପାର୍ଟି ଶିକ୍ଷ୍ୟା ସ୍ୱାସ୍ଥ୍ୟ ବିଜୁଳି ପାଣି ଓ ରୋଜଗାର କ୍ଷେତ୍ରରେ ସଫଳ ରାଜନୀତି କରି ଆସୁଥିବା ବେଳେ ବର୍ତ୍ତମାନ ଓଡ଼ିଶା ଉପରେ ନଜର ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହି ସାଙ୍ଗଠନିକ ବୈଠକ ରେ କଳାହାଣ୍ଡି ଲୋକସଭା ସଭାପତି ଶ୍ରୀ କୃତିବାସ ମୁଣ୍ଡ, ଜିଲ୍ଲା ଅ।ବହାକ ଶ୍ରୀ ସତ୍ୟ ମାହାର, ଜିଲ୍ଲା ସାଧାରଣ ସମ୍ପାଦକ ତୀର୍ଥ ବୁଦ୍ଧିଆ, ଦୁଲେଶ୍ୱର୍ ଶା, ଦୁର୍ଜନ ବାଗ, ସୁରେନ୍ଦ୍ର ବାଗ, ରବୀନ୍ଦ୍ର, ଦୁଃଖୀରାମ, ରଞ୍ଜିତା, କ୍ଷୀରୋଦ, ପ୍ରଫୁଲ୍ଲ କର, ବିବେକ, ଶେଷଦେବ,ପ୍ରଦୀପ, ପ୍ରମୁଖ ଅନେକ ନେତ୍ରୁ ମଣ୍ଡଳୀ ଯୋଗ ଦେଇଥିଲେ