Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ସାମ୍ବାଦିକ ଭୀଷ୍ମଦେବ ପଣ୍ଡାଙ୍କ ପରଲୋକ

ସମ୍ବଲପୁର:ସମ୍ବଲପୁର ଜ଼ିଲ୍ଲା ଧନକଉଡ଼ା ବ୍ଲକ କଳାମାଟି ପଞ୍ଚାୟତ ଗୋଲକ ନଗର ନିବାସୀ ବରିଷ୍ଠ ସାମ୍ବାଦିକ ଭୀଷ୍ମ ଦେବ ପଣ୍ଡାଙ୍କ ଆଜି ସନ୍ଧ୍ୟାରେ ୬୬ ବର୍ଷ ବୟସରେ ପରଲୋକ ହୋଇଯାଇଛି I ସ୍ୱର୍ଗତ ଭୀଷ୍ମ ଦେବ ପଣ୍ଡା ହେଉଛନ୍ତି ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖାର ପୂର୍ବତନ ସାଧାରଣ ସମ୍ପାଦକ ଓ ସ୍ୱର୍ଗତ ଉପେନ୍ଦ୍ର ନାରାୟଣ ପଣ୍ଡାଙ୍କ ବଡ ଭାଇ I ସ୍ୱର୍ଗତ ସାମ୍ବାଦିକ ଭୀଷ୍ମ ଦେବ ପଣ୍ଡାଙ୍କ ନିଜ ଘର ପଡିଆବାହାଲ ନିକଟସ୍ଥ ବାହାମ ଗ୍ରାମ ।ତାଙ୍କର ମୃତ୍ୟୁ ଖବର ଅଞ୍ଚଳରେ ପହଞ୍ଚବା ପରେ ଚାରିଆଡେ ସଦୋକର ଛାୟା ଖେଳିଯାଇଛି । ସେ ପୁର୍ବରୁ ଓୟୁଜେ ଶାଖାରେ ମଧ୍ୟ ରହି ବିଭିନ୍ନ ପଦ ପଦବୀରେ ରହିଆସିଥିଲେ।ତାଙ୍କ ମୃତ୍ୟୁରେ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ଓଜେୟୁ ସମ୍ବଲପୁର ଜ଼ିଲ୍ଲା ଶାଖା ପକ୍ଷରୁ ସମବେଦନା ଜ୍ଞାପନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ