Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱର ଝଙ୍କାର ସାହିତ୍ୟ ସଂସଦର ବାର୍ଷିକୋତ୍ସବ ଓ ସମ୍ବଲପୁରୀ କବି ସମ୍ମିଳନୀ ଅନୁଷ୍ଠିତ

ଝାରସୁଗୁଡ଼ା: ଜିଲ୍ଲାର କୋଲାବିରା ବ୍ଲକ ରଘୁନାଥ ପାଲି ଛକ ସ୍ଥିତ ସ୍ୱର ଝଙ୍କାର ସାହିତ୍ୟ ସାଂସଦ ର ବାର୍ଷିକୋତ୍ସବ ସହ ସମ୍ବଲପୁରୀ/କୋଶଳୀ କବି ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।ଅନୁଷ୍ଠାନ ର ସଭାପତି ତିଲେଶ୍ୱର୍ ପଟେଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ସମ୍ବଲପୁରୀ ଗୀତିକାର ,ଅବସର ପ୍ରାପ୍ତ ଜାତୀୟ ପୁରସ୍କୃତ ପ୍ରଧାନ ଶିକ୍ଷକ ଭୋଜରଜ ପରୁଆ ମୁଖ୍ୟ ଅତିଥି ,ଅବସର ପ୍ରାପ୍ତ ଅଧ୍ୟକ୍ଷ ,ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ,ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଫୁଲ୍ଲ ମହାପାତ୍ର,ମୂରଲୀଧର ନାଏକ ଓ ସାମାଜିକ କର୍ମୀ ବିବେକାନନ୍ଦ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଲକ୍ଷ୍ମୀ ନାରାୟନ କଲେଜ୍ ର ପ୍ରାଧ୍ୟାପକ ତପନ କୁମାର ବାରିକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ।ଅତିଥି ଗଣ ତାଙ୍କ ବକ୍ତବ୍ୟ ରେ ସମ୍ବଲପୁରୀ ଓ ଓଡ଼ିଆ ସାହିତ୍ୟ ଭିତରେ କୌଣସି ଶତ୍ରୁତା ନ ଥିବା ବେଳେ ଶୋଷଣ ର ମୁକ୍ତ ପାଇଁ ସ୍ଵତନ୍ତ୍ର ରାଜ୍ୟ ଗଠନ ହେବା ସତ୍ବେ ଉଭୟ ଭାଷା ଓ ସାହିତ୍ୟର ସହାବସ୍ଥାନ ରହିବା ବୋଲି ଆଶାବ୍ୟକ୍ତ କରିଥିଲେ ।କୋରୋନ ପରବର୍ତ୍ତୀ ସାହିତ୍ୟ ସଂପର୍କରେ ବକ୍ତବ୍ୟ ରଖି ଏବେ ସାହିତ୍ୟ ଓ ସାହିତ୍ୟିକ ତାଙ୍କ ସମାଜ ପ୍ରତି ଥିବା କର୍ତ୍ତବ୍ୟ ପ୍ରତି ସଚେତନ ହୋଇଛନ୍ତି ବୋଲି ଆଶା ବ୍ୟକ୍ତ କରିଛନ୍ତି ।ପ୍ରାରମ୍ଭରେ ଅନୁଷ୍ଠାନ ର ମୁଖ୍ୟ ସମ୍ପାଦକ ଅବସରପ୍ରାପ୍ତ ଅଧ୍ୟାପକ ରୋହିତ କୁମାର ପଟେଲ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ ସମ୍ପାଦକ ପିଙ୍କୁ ଦାସ ବାର୍ଷିକ ବିବରଣୀ ପଠନ କରି ଅନୁଷ୍ଠାନ ଗଠନ ର ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ । ଏହା ପରେ ସୁରେନ୍ଦ୍ର ପ୍ରଧାନ ଓ ଡୋଲାମଣି ପଧାନ ଙ୍କ ସଂଯୋଜନାରେ ଆୟୋଜିତ କୋଶଳୀ କବିତା ଆସରରେ ଦେବଗଡ,ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଥିବା ସର୍ବ ଶ୍ରୀ ଗୌର ହରି ଷଡ଼ଙ୍ଗୀ,ପ୍ରମୋଦ ନାଏକ,ଅନନ୍ତ ରାମ ସାହୁ,ଶିବ ଶଙ୍କର ପଣ୍ଡା , ଲୋକ
ନାଥ ବେହେରା, ପ୍ରଦୀପ୍ତ ପଟେଲ, ଲଳିତ ସାହୁ,ମହେଶ୍ୱର ନାୟକ,ଗୁରୁ ଚରଣ ନାଏକ,ରୀଙ୍କୁ ଦାସ,ରବି ପଟେଲ ପ୍ରମୁଖ ବହୁ କବି ସ୍ବରଚିତ କବିତା ପାଠ କରିଥିଲେ । ଶେଷରେ ଅବସର ପ୍ରାପ୍ତ ଅତିରିକ୍ତ ତହସିଲଦାର ସିର୍ଯୁ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।ଏହା ସହିତ ବିଭିନ୍ନ ପ୍ରକାର ଗୀତ ଓ ନାଚ ପରିବେଷଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ଆୟୋଜନରେ ସମଲେଶ୍ଵରୀ ସାହିତ୍ୟ ସଂସଦ ସମ୍ପାଦକ କୀର୍ତ୍ତି ଚନ୍ଦ୍ର ବହିଦାର ,ରବୀନ୍ଦ୍ର ପଟେଲ o ସ୍ଥାନୀୟ ପୂଜା କମିଟି ର ସଭ୍ୟ ଗଣ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ