ସମ୍ବଲପୁର: ଜବାହରଲାଲ ନେହେରୁଙ୍କ ଜନ୍ମ ଦିନକୁ ଶିଶୁ ଦିବସ ଭାବେ ମନେ ପକାଇ ଶିଶୁ କିମ୍ବା ନେହେରୁଙ୍କ ପ୍ରତି କେବଳ ସମ୍ମାନ ସିମିତ ରହୁନି । ବରଂ ଏହି ଦିବସର ତାତ୍ପର୍ଯ୍ୟ ଖୁବ ଗୁରୁତ୍ୱପୁର୍ଣ୍ଣ ବୋଲି ଅବିହିତ କରାଯାଇଥିଲା ।
ଆଜି ପୁଟିବନ୍ଧ ଠାରେ ଥିବା ଶୋଭନୀୟ ଶିକ୍ଷାଶ୍ରମରେ ଶିଶୁ ଦିବସ ପାଳନ ହୋଇଥିଲା। ଏଥିରେ ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତି,ବର୍ଣ୍ଣ,ଧର୍ମ, ଆର୍ଥିକ କିମ୍ବା ରାଜନୈତିକ ସବୁ କ୍ଷେତ୍ରରେ ଉର୍ଦ୍ଧ୍ବରୁ ଉଠି ପ୍ରତ୍ୟେକ ଶିଶୁ ଶିକ୍ଷା,ପୋଷଣ,ସ୍ୱାସ୍ଥ୍ୟସେବା ଓ ପରିମଳ ଭଳି ମୌଳିକ ସୁବିଧା ପାଇଁ ସମସ୍ତେ ଯୋଗ୍ୟ। ଏହି ମୌଳିକ ଅଧିକାର ସହିତ ଶିଶୁ ଚାଲାଣ,ଶିଶୁ ନିର୍ଯ୍ୟାତନା ଓ ଶିଶୁ ଶ୍ରମିକ ଭଳି ସାମାଜିକ କୁପ୍ରଥାରୁ ରକ୍ଷା କରିବା ହେଉଛି ଏହି ଦିବସର ତାତ୍ପର୍ଯ୍ୟ ବୋଲି କହିଥିଲେ । ସଭାରେ ଶିକ୍ଷାଶ୍ରମର ଅଧ୍ୟକ୍ଷ ଅକ୍ଷୟ କୁମାର ଶତପଥୀ ଅଧ୍ୟକ୍ଷତାକରି ଦିବସର ଲକ୍ଷ ଉଦ୍ଦେଶ୍ଯ ପ୍ରକାଶ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହାପରେ ଶିକ୍ଷାଶ୍ରମର ଅଂଶୁମାନ, ସୌଭାଗ୍ୟ, ହିମାଂଶୁ,ସୁକାନ୍ତ,ଆଦିତ୍ୟ,ଶୁଭଲକ୍ଷ୍ମୀ ଓ ସୃଷ୍ଟି ସ୍ୱତୀକା ବକ୍ତବ୍ୟ ରଖିଥିଲେ । ପରେ ପରେ ତେଜଶ୍ରୀ,ଓମଶ୍ରୀ,ଆଲିସା,ସୁସ୍ମିତା ଓ ସ୍ନେହା ନୃତ୍ୟ ପରିବେଷଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରକାନ୍ତି ସାହୁ, ଲଜ୍ଜିତା ନାଏକ,ଅଙ୍କିତା ସାହୁ, ଲିପସା ରାଣୀ ନାୟକ,ଅଙ୍କିତା ଅର୍ପିତା ମହାକୁଡ,ଅବିନାଶ ଶତପଥୀ ,ଅନନ୍ୟା, ରଶ୍ମିତା,ପ୍ରଭାସିନୀ ଓ ସରିତା ମଞ୍ଚାସୀନ ରହିଥିଲେ।
ଶୋଭନୀୟ ଶିକ୍ଷାଶ୍ରମରେ ଶିଶୁ ଦିବସ:ଶିଶୁ ରଖିଲେ ବକ୍ତବ୍ୟ
