“ଆଡ଼ ଆଟ ଆକ୍ସନ” ଶିକ୍ଷାନୁଷ୍ଠାନ ଠାରେ ଶିଶୁ ଦିବସ ପାଳନ

ସମ୍ବଲପୁର(ପଡିଆବାହାଲ):ଯୁଯୋମୁରା ବ୍ଲକ ପଡିଆବାହାଲ ଠାରେ ଆଜି “ଆଡ଼ ଆଟ ଆକ୍ସନ” ଶିକ୍ଷାନୁଷ୍ଠାନ ଠାରେ ଶିଶୁ ଦିବସ ପାଳନ କରାଯାଇଛି l ଏଥିରେ ଛାତ୍ର ଛାତ୍ରୀ ମାନେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଶିଶୁ ଦିବସରେ ମୁଖ୍ୟ ଅତିଥି ଭାବେ ଡ଼. ରାଜରାମ ଷଡ଼ଙ୍ଗୀ ଯୋଗଦେଇ ଶିଶୁଙ୍କ ଅଧିକାର ଓ ସେମାନଙ୍କ ପ୍ରତି ଆମର ନୈତିକ ଦାୟିତ୍ୱ ଉପରେ ଆଲୋକପାତ କରି ସେମାନଙ୍କ ପ୍ରତି ଉପଯୁକ୍ତ ଯତ୍ନ ଓ ସମ୍ମାନହିଁ ଶିଶୁ ଦିବସର ମହାତ୍ମା ରଖିଥାଏ ବୋଲି କହିଥିଲେ l ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କେମିତି ଆଗକୁ ନେବେ ଏବଂ ଛାତ୍ର ଛାତ୍ରୀ ମାନେ କିପରି କୁଶଳି ହେବେ ଏହା ବିଷୟରେ ମୁଖ୍ୟଅତିଥି ପ୍ରକାଶ କରିଥିଲେ l ଗ୍ରାମାଞ୍ଚଳର ବିଭିନ୍ନ ଯୁବକ ଯୁବତୀ କିପରି ରୋଜଗାରକ୍ଷମ ହେବେ,ଏହାହିଁହି ଶିକ୍ଷା ଅନୁଷ୍ଠାନ ର ମୁଖ୍ୟ ଲକ୍ଷ୍ୟ ବୋଲି ଅନୁଷ୍ଠାନର ପରିଚାଳକ ଅର୍ଜିତ ମୁଖାର୍ଜି କହିଥିଲେ ଏବଂ ଇଲେକ୍ଟ୍ରିକାଲ ଟ୍ରେନର ଶ୍ରୀ ଶୁଭେନ୍ଦୁ ବେହେରା ଏହି ଶିଶୁ ଦିବସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l