Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସବୁ କଳାକାର ଏକ ପରିବାର : ମହାସଂଘ

ବ୍ରହ୍ମପୁର: କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ’ର ଚତୁର୍ଥ ବାର୍ଷିକୋତ୍ସବ ସ୍ଥାନୀୟ ଗିରି ମାର୍କେଟ୍ ଛକ ସ୍ଥିତ ପ୍ରକାଶମ୍ ହଲ୍ ‘ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜମ୍’ ସଭା ପ୍ରକୋଷ୍ଠରେ ମହା ସମାରୋହରେ ପାଳିତ ହୋଇ ଯାଇଛି। ସୀମାନ୍ତ ନଟରାଜ ଡାଡ ତିରୁପତି ସାହୁ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ଆମ ଅସ୍ମିତା: ଆମ ଲୋକକଳା’ ଏକ ସାଂସ୍କୃତିକ ସଂପାନରେ ବରିଷ୍ଠ କଳାକାର ରାଜେନ୍ଦ୍ର ମୋହନ ପତି ମୁଖ୍ୟ ଅତିଥି, ଖଡିଆଳ ବ୍ଳକ୍ କଳାସଂସ୍କୃତି ସଂଘ ଉପସଭାପତି ନାଟ୍ୟକାର ଅମୂଲ୍ଯ କୁମାର ମୁଣ୍ଡ ମୁଖ୍ଯ ବକ୍ତା ଏବଂ ସମ୍ମାନିତ ଅତିଥି ଭାବରେ ନାଟ୍ୟ ଶ୍ରୀ ଫାଉଣ୍ଡେସନ୍ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ମହାସଂଘ ଉପଦେଷ୍ଟା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ନାଟ୍ୟକାର ବିଜୟ କୁମାର ପାତ୍ର, ଓଡିଶା ନାଟ୍ୟ ସଂଘ ଉପସଭାପତି ଇଂ. ମନୋଜ ଦଣ୍ଡପାଟ, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଏବଂବିଧ ବିଭେଦତା ଭିତରେ ଆମ ପ୍ରଦେଶ ଏବଂ ଓଡିଆ କଳାକାର ସମାଜ ଏକ ଓ ଅଭିନ୍ନ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମହାସଂଘ ପକ୍ଷରୁ ନାଟ୍ୟକାର ଅମୂଲ୍ୟ କୁମାର ମୁଣ୍ଡ, ନାଟ୍ୟ ସଂଗଠକ କ୍ରୁଷ୍ଣ ଚନ୍ଦ୍ର ଗୌଡ, ପ୍ରହ୍ଲାଦ ନାଟକ କଳାକାର ସୁଶାନ୍ତ ପ୍ରଧାନ ଏବଂ ବରିଷ୍ଠ କଳାକାର ଈଶ୍ବର ପଲାଇଙ୍କୁ ଆନୁଷ୍ଠାନିକ ସମ୍ମାନିତ କରାଯାଇଥିଲା। ଏହି ଅବସରରେ କାର୍ଯ୍ୟକାରୀ ସଭାପତି ଦୂର୍ଗା ବାବୁଙ୍କୁ ତାଙ୍କର ୬୪ତମ ଜନ୍ମଦିନ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଭେଟସିଙ୍ଗ ସଂକୀର୍ତ୍ତନ ମଣ୍ଡଳି ଏବଂ ସାତ କୁଟୁଣୀ ଦଣ୍ଡ ସୁଆଙ୍ଗ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ମହାସଂଘ ମହା ସଚିବ ସ୍ବାଗତ ଭାଷଣ, ବରିଷ୍ଠ କଳାକାର ଶଙ୍କର୍ଷଣ ସାବତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନବ କିଶୋର ମହାପାତ୍ର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କୁନୁ ବେହେରା, ପ୍ରଦୀପ କୁମାର ସାହୁ, ବଳଦେବ ସାହୁ, ଗୀତା ସ୍ବାଇଁ, ବନ୍ଦନା ନନ୍ଦ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ