Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଶାୟୀ ପ୍ରାର୍ଥୀଙ୍କ ଦରଖାସ୍ତ

ମଙ୍ଗଳବାର ଦିନ ସନ୍ଧ୍ୟା ସାତଘଣ୍ଟା ସମୟରେ ଗୁଣୁପୁର ନିର୍ବାଚନମଣ୍ଡଳୀର କଂଗ୍ରେସ ଦଳ ବିଧାୟକ ପ୍ରାର୍ଥୀ ପାଇଁ ଶ୍ରୀ ଭାସ୍କର ଜାଗାରଙ୍ଗା ଦରଖାସ୍ତ ଦାଖଲ କରିଛନ୍ତି। ଶ୍ରୀ ବିଜୟ ଗୋମାଙ୍ଗୋ ଜିଲ୍ଲା କଂଗ୍ରେସ ସଭାପତିଙ୍କ ନିକଟରେ ପହଞ୍ଚି ଦରଖାସ୍ତ ଦେଇଥିଲେ।ସେ ତାଙ୍କ କଂଗ୍ରେସ ଦଳର ଶ୍ରୀ ବାଞ୍ଚା ବାବୁ, ରାମନାଗୁଡା ବ୍ଲକ କଂଗ୍ରେସ ସଭାପତି ତଥା ଜିଲା ପରିଷଦ ସଦସ୍ୟ ତାଙ୍ଗୁଡୁ ବାବୁ, ହୁରିକେସ୍ ବାବୁ ଏବଂ ଲାଲୁ ବାବୁଙ୍କ ଉପସ୍ଥିତରେ ଆବେଦନ କରିଥିଲେ। ଆଲେଖ ହିକାବାଡି ସାଧାରଣ ସମ୍ପାଦକ ଡି.ସି.ସି, ରଘୁନାଥ ପାତ୍ର ବରିଷ୍ଠ ରାଜନେତା,ପିସିସି ରାଜ୍ୟ ସଦସ୍ୟ ତଥା ଭୁବନେଶ୍ୱର କଂଗ୍ରେସ ଏକଜୁକୁଟିଭ ସଭ୍ୟ ସମେତ ଦଳର ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ସାଧାରଣ ନିର୍ବାଚନରେ ଗୁଣୁପୁର ନିର୍ବାଚନ ମଣ୍ଡଳୀ ରେ ନିଶ୍ଚିତ ଭାବେ କଂଗ୍ରେସ ବିଧାୟକ ଆସନ ବିଜୟ ହାସଲ କରିବ ବୋଲି ଦଳର ନେତାମାନେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ