Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ନେହେରୁ ଜୟନ୍ତୀ ପାଳିତ

ଜମନକିରା : ଆଦିବାସୀ ସାମାଜିକ ଓ ସଂସ୍କୃତିକୁ ପରିଷଦ ପକ୍ଷରୁ ଆଜି ସନ୍ଧ୍ୟାରେ ଆଦିବାସୀ ଭବନରେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଭାରତ ରତ୍ନ ଜବାହର ଲାଲ ନେହେରୁ ଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି। ଏଥିରେ ପରିଷଦର ସଭାପତି ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ସଭାପତିତ୍ବ କରି ପଣ୍ଡିତ ନେହେରୁ ଜଣେ ରାଷ୍ଟ୍ର ନୀତିଜ୍ଞ ଥିଲେ ବୋଲି ବିଭିନ୍ନ ଉଦାହରଣ ଦେଇ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ପରିଷଦର ଉପ ସଭାପତି ରମେଶ ପଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମ କୁ ଟୁନା ସାମଲ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ ପୂର୍ବରୁ ଯଜ୍ଞସିନି ମିଞ୍ଜ,ତିକିତ ବାଘ,ସୁନୀତା ଲାକ୍ରା, ସୂର୍ଯ୍ୟ ପୀଙ୍ଗ, ଲଳିତ ଭୁକ୍ତା, ମହାଦେବ ମହାନନ୍ଦ, ସାବିତ୍ରୀ ବାଘ, ସୁପ୍ରଭା ବାଘ, ସୁମତି ଟପ୍ପୋ, ଦୀପିକା ମାଝୀ, ମମତା କଣ୍ଡୁଳନା, ଉର୍ମିଳା କିଶନଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟକ୍ରମ ର ନେତୃତ୍ୱ ନେଇଥିଲେ। ଶେଷରେ ଲିପି କିଶନ ଧନ୍ୟବାଦ ଅର୍ପଣ କରିଥିଲେ ।