Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ରାନ୍ତିବୀର ସ୍ୱାଧିନତା ସଂଗ୍ରାମୀ ବିର୍ଶା ମୁଣ୍ଡା ଜୟନ୍ତୀ

ସମ୍ବଲପୁର: ଭାରତ ର କ୍ରାନ୍ତିବୀର ସ୍ଵାଧୀନତା ସଂଗ୍ରାମୀ,ଆଦିବାସୀ ଜନନାୟକ ତଥା ଧରତୀ ଆବା ନାମ ରେ ପରିଚିତ ବୀର ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଅବସର ରେ ସମ୍ବଲପୁର ଅଇଁଠାପାଲି ତଳି ଛକ ରେ ଥିବା ବିର୍ସା ମୁଣ୍ଡାଙ୍କ ପ୍ରତିମୁର୍ତି ରେ ମାଲ୍ୟାର୍ପଣ କରି ମହାନ ଆତ୍ମା ଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଆଜି ର ଦିନ କୁ ଜନଜାତି ଗୌରବ ଦିବସ ଭାବେ ସାରା ଦେଶ ରେ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ରେ ବିଜେଡି ର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ଦାସ ଙ୍କ ସହ ଆଦିବାସୀ କ୍ଲବ ର ସଭାପତି ଶ୍ରୀ ପ୍ରବୀଣ ଟିଗା,ସମ୍ପାଦକ ଶ୍ରୀ ଗିରିଧର ମୁଣ୍ଡା,କୋଷାଧ୍ୟକ୍ଷ ଶ୍ରୀ ସହଦେଵ ମୁଣ୍ଡା,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ଦିଲୀପ ଦାଶ,ମହିଳା ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ମିତାଲି ସାହୁ,ମହିଳା ବିଜେଡି ଜିଲ୍ଲା ଉପସଭାନେତ୍ରୀ ଶ୍ରୀମତୀ ସୁବର୍ନ ନାୟକ,ଯୁବ ନେତା ଶ୍ରୀ ଲିଙ୍ଗରାଜ ତ୍ରିପାଠୀ,ଇଂ.ନିଶିଥ ଆକାଶ,ଯୁବ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଇଂ.ଦୀନେଶ ସେଠ,ଶ୍ରୀ ଜୟନାରାୟଣ ନାଗ,ଶ୍ରୀ ମୁକେଶ ପ୍ରଧାନ,ଶ୍ରୀ ବନମାଳୀ ନାଗ,ଶ୍ରୀ ତେଜରାମ ଭୋଇ,ଶ୍ରୀ ଜଗନ୍ନାଥ ମୁଣ୍ଡା,ଶ୍ରୀ ନରେଶ ଓରାମ,ସନ୍ତୋଷିନୀ ମୁଣ୍ଡା,ପ୍ରମିଳା ମୁଣ୍ଡା,କାଜଲ ଓରାମ ଓ ସୀତା ମୁଣ୍ଡା ଙ୍କ ସହ ଅନ୍ୟମାନେ ଉପସ୍ଥିତ ରହି ବୀର ବିର୍ସା ମୁଣ୍ଡା ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ବାଧୀନତା ସଂଗ୍ରାମର ଏହି ମହାନ ବିପ୍ଲବୀଙ୍କ ବୀର ବିର୍ସା ମୁଣ୍ଡା ଙ୍କ ତ୍ୟାଗ ଓ ବଳିଦାନ ଅତୁଳନୀୟ। ଦେଶର ଅଖଣ୍ଡତା ସହ ଆଦିବାସୀଙ୍କ କଲ୍ୟାଣ ଦିଗରେ ତାଙ୍କ ଜୀବନବ୍ୟାପୀ ଉତ୍ସର୍ଗୀକୃତ କାର୍ଯ୍ୟ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories