Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଲ ଓଡ଼ିଶା ଇପିଏଫ୍‌‍ ପେନସନର୍ସଏସୋସିଏସନ୍‌‍ର ଦାବିକୁ ଏଚ୍‌‍ଏମ୍‌‍ଏସ୍‌‍ର ସମର୍ଥନ

ବ୍ରହ୍ମପୁର: ଅଲ୍‌‍ ଓଡ଼ିଶା ଇପିଏଫ୍‌‍ ପେନସନର୍ସ ଏସୋସିଏସନ ପକ୍ଷରୁ କରାଯାଇଥିବା ୬ ଦଫା ଦାବିକୁ ହିନ୍ଦ୍‌‍ ମଜଦୁର ସଭା (ଏଚ୍‌‍ଏମଏସ୍‌‍) ପକ୍ଷରୁ ସମର୍ଥନ କରାଯାଇ କେନ୍ଦ୍ର ସରକାର ଦାବିଗୁଡ଼ିକ ପୂରଣ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ତୁରନ୍ତ ଗ୍ରହଣ କରିବା ପାଇଁ ରାଜ୍ୟ ସଂଗଠନର ଉପସଭାପତି ତଥା ବରିଷ୍ଠ ଶ୍ରମିକ ନେତା ରବି ରଥ ଦାବି କରିଛନ୍ତି । ସଂଗଠନ ପକ୍ଷରୁ ଲଗାତର ଆନ୍ଦୋଳନ ସତ୍ତ୍ୱେ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଶ୍ରୀ ରଥ ଉଦବେଗ ପ୍ରକାଶ କରିଛନ୍ତି । ଦାବିଗୁଡ଼ିକ ମଧ୍ୟରେ ସର୍ବନିମ୍ନ ପେନସନ 9000 ଟଙ୍କା କରିବା, ସୁପ୍ରିମକୋର୍ଟଙକ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ ପ୍ରଦାନ, ଦରଦାମ ବୃଦ୍ଧିର ଭରଣା ଲାଗି ପେନସନ ସହ ମହଙ୍ଗା ଭତା ପ୍ରଦାନ, ସମସ୍ତ ଇପିଏଫ ପେନସନ ଭୋଗୀ ପରିବାରଙ୍କୁ ସରକାରୀ ଯୋଜନାରେ ସାମିଲ କରି ନିଶୁଳ୍କ ସୁବିଧା ଯୋଗାଇବା ଇତ୍ୟାଦି ଅର୍ନ୍ତଭୁକ୍ତ । ବ୍ରହ୍ମପୁର ଇପିଏଫ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ବିକ୍ଷୋଭ ଓ ଧାରଣା ସ୍ଥଳରେ ଉପସ୍ଥିତ ରହି ସମର୍ଥନ ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ