Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଆଇନ ମାଲ ପରିବହନକୁ ଆସୋସିଏସନ୍ ର ହସ୍ତକ୍ଷେପ: ପରିବହନ ବିଭାଗର କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର: ମୁମ୍ବାଇରୁ କୋଲକତା ଓ ସିଲିଗୁଡି ମହେନ୍ଦ୍ରା ଡିଲର ପାଖକୁ ଯାଉଥିବା ନୂଆଃ ମହେନ୍ଦ୍ରା ପିକପ୍ ଗାଡିରେ ମାଲ ପରିବହନ ହେଉଥିବା ନେଇ ପରିବହନ ବିଭାଗରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ଆଜି ୨ ପିକଅପ୍ ରେ ସମ୍ବଲପୁର ବରେଇପାଲିରୁ ଜଣେ ପିଆଜ ରସଣ କମିସନ ଏଜେଣ୍ଟ୍ ଠାରୁ ରସଣ ବୋଝେଇ କରି କେଉଁଝର ନେବା ବାଟରେ ନିଲଡୁଙ୍ଗରୀ ଚେକଗେଟରେ ତାକୁ ଅଟକ କରାଯାଇଥିଲା। ବାରମ୍ବାର ଏଭଳି ଘଟଣା ଘଟି ସରକାରଙ୍କୁ ରାଜସ୍ୱ ଫାଙ୍କିବା ସହିତ ସ୍ଥାନୀୟ ମିନିଟ୍ରକ ମାଲିକ ମାନଙ୍କୁ ଅବହେଳା କରାଯାଉଥିବା ନେଇ ସମ୍ବଲପୁର ମିନି ଟ୍ରକ ଆସୋସିଏସନ୍ ପକ୍ଷରୁ ଅଟକାଇ ପରିବହନ ବିଭାଗକୁ ଖବର ଦେବାପରେ ଏମଭିଆଇ ଟ୍ରାଫିକ ଇନ୍ସପେକ୍ଟର ଘଟଣା ସ୍ଥଳରେ ଉଭୟ ଗାଡିକୁ ୫ ହଜାର ଟଙ୍କା ଲେଖାଏ ଫାଇନ କାଟିବା ଓ ଏହା ଦେଇନପାରିବା କାରଣରୁ ଉଭୟ ମାଲ ବୋଝେଇ ଗାଡିକୁ ନିଜ ଅଧିନକୁ ନେଇ ପରିବହନ କାର୍ଯ୍ୟାଳକୁ ନିଆଯାଇଛି।ବିନା ରେଜିଷ୍ଟ୍ରେଶନ୍ ଓ କମ ମୂଲ୍ୟ ଦେଇ ଏଭଳି ମାଲ ପରିବହନ କରୁଥିବା ଏକ ରାକେଟ କାମ କରୁଥିବା ନେଇ ଅଭିଯୋଗ ଉଠିଛି । ଏହାକୁ ନେଇ ଆସୋସିଏସନ୍ ର ସଭାପତି ରୂପେଶ ପାଣିଗ୍ରାହୀ ,କୋଷଧ୍ୟକ୍ଷ ସୁରେଶ କୁମାର ସାହୁ,ସହ ସଂପାଦକ ସୁବ୍ରତ ପଣ୍ଡା,ଗଙ୍ଗାଧର ସାହୁ ଓ ଚିତ୍ତେଶ୍ୱର ଯାଦବ ପ୍ରମୂଖ ସ୍ଥାନୀୟ ଏକ ସାମାଜିକ କର୍ମୀଙ୍କ ମାଧ୍ୟମରେ ଏଭଳି ବେଆଇନ କାମ ରୋକିବାକୁ ପ୍ରଥମ ପ୍ରୟାସ କରିଛନ୍ତି। ଏହା ବନ୍ଦ ନହେଲେ ଆସୋସିଏସନ୍ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ଆସୋସିଏସନ୍ ପକ୍ଷରୁ ଚେତାବନି ଦିଆଯାଇଛି।