Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ରୀଷ୍ଣା ଆଦିବାସୀ କ୍ଳବ,ନିର୍ଗୁଣପଡର ଫୁଟବଲ ଟୁର୍ଣ୍ଣାମେଣ୍ଟ:ବରମପୁରା ବିଜୟୀ

ସମ୍ବଲପୁର:କ୍ରୀଷ୍ଣା ଆଦିବାସୀ କ୍ଳବ ଆନୁକୂଲ୍ୟରେ ଆଜି ୨୮ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ରେଙ୍ଗାଲୀ ବିଧାୟକ ଶ୍ରୀଯୁକ୍ତ ନାଉରୀ ନାଏକ ଉପସ୍ଥିତ ଥିଲା ବେଳେ ସଂମାନୀୟ ଅତିଥି ଭାବରେ ଜୟ ଦୁର୍ଗା ଆଞ୍ଚଳିକ କୃଷକ ସଙ୍ଗଠନର ସଭାପତି ସୁଜିତ ବଢ଼େଇ,ବବୃବାହନ ଭୋଇ ( ନିର୍ଗୁଣପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ), ସମାଜସେବୀ ରାଜେନ୍ଦ୍ର ଓରାମ,ବିଜୁ ସ୍ମୃତି କମିଟିର ସମ୍ପାଦକ ଦୁଲାଲ ଚନ୍ଦ୍ର ରାୟ,କ୍ରୀଷ୍ଣା ଆଦିବାସୀ କ୍ଳବ ସଭାପତି ଭୀମ ଓରାମ,କ୍ରୀଷ୍ଣା ଆଦିବାସୀ କ୍ଳବ ସମ୍ପାଦକ ସୁରେଶ ଓରାମ ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ କ୍ଳବର ସଦସ୍ୟ ମଧୁ ଓରାମ, ପ୍ରଶାନ୍ତ ଦାସ, ଅଜିତ ଓରାମ, ଜଗଦୀଶ ଓରାମ,ମହେଶ ଓରାମ ପ୍ରମୁଖ ସହଯୋଗ କରିଥିଲେ !ପ୍ରକାଶ ଥାଉକି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ଆଜି ସେମିଫାଇନାଲ ମେଚରେ ଡୁମେରପଡା ଓ ବରମପୁରା ଏବଂ ହିଣ୍ଡାଲକୋ ଏପ.ସି ଓ ବସୁନ୍ଧରା ୟାସି ମଧ୍ୟରେ ହୋଇ ଫାଇନାଲକୁ “ବରମପୁରା ଓ ହିଣ୍ଡାଲକୋ ଏପ.ସି” ପହଞ୍ଚି ଥିଲେ । ଏବଂ ଶେଷରେ ବରମପୁରା ଫାଇନାଲ ମେଚ ଜିତି ପୁରସ୍କୃତ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ