Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକ ସେବକ ମଣ୍ଡଳ ପକ୍ଷରୁ ଭାରତରତ୍ନ ଲାଲା ଲଜପତ ରାୟ ଙ୍କ ବଳିଦାନ ଦିବସ

ସମ୍ବଲପୁର: ଆଜି ପୂର୍ବାହ୍ନରେ ସ୍ଥାନୀୟ ମୁଦିପଡ଼ା ସ୍ଥିତ ଡ଼ଃ ରାଧାନାଥ ରଥ କମ୍ୟୁନିଟି ସେଣ୍ଟର ଠାରେ ” ଲୋକ ସେବକ ମଣ୍ଡଳ ” ର ପ୍ରାଣ ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ପଞ୍ଜାବ କେଶରୀ, ଭାରତରତ୍ନ ଲାଲା ଲଜପତ ରାୟ ଙ୍କର 95 ତମ ବଳିଦାନ ଦିବସ ଭାବପୂର୍ଣ୍ଣ ପରିବେଶରେ ପାଳନ କରାଯାଇଛି |
ଲୋକ ସେବକ ମଣ୍ଡଳ, ସମ୍ବଲପୁର ଜୋନ୍, ସ୍ଥାନୀୟ ଉପଦେଷ୍ଟା କମିଟିର ସମ୍ପାଦକ, ଅବସର ପ୍ରାପ୍ତ ପ୍ରଶାସକ ଶ୍ରୀଯୁକ୍ତ ରଘୁନାଥ ମିଶ୍ରଙ୍କ ତତ୍ତ୍ୱ|ବଧାନରେ ଡାକ୍ତର ଶ୍ରୀମତୀ ନାରାୟଣୀ ପଣ୍ଡା, ଡାକ୍ତର ରମାବଲ୍ଲଭ ମିଶ୍ର, ପ୍ରଫେସର ଡ଼ଃ ଶଙ୍କର ପ୍ରସାଦ ପତି, ଶ୍ରୀଯୁକ୍ତ ପ୍ରଭାସ କୁମାର ଅଗ୍ରୱାଲ, ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିଜୟ କୁମାର ବେହେରା, ସମାଜସେବୀ ଓ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର୍, ଚାଷୀନେତା ଶ୍ରୀଯୁକ୍ତ ଅଶୋକ କୁମାର ପ୍ରଧାନ, ଶ୍ରୀଯୁକ୍ତ ଲୋକନାଥ ରାଉତ, ଶ୍ରୀମାନ୍ ଲିଙ୍ଗରାଜ ସାହୁ, ଶ୍ରୀମାନ୍ ଖଗେଶ୍ୱର ନାୟକ, ଶ୍ରୀମତୀ ମୀରାବାଈ ପାତ୍ର ପ୍ରମୁଖ ଯୋଗଦାନ କରି ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ, ପ୍ରଦୀପ ପ୍ରଜ୍ବଳନ ଓ ଧୂପଦୀପ ଦ୍ୱାରା ପୂଜାର୍ଚ୍ଚନା କରି ପୁଣ୍ୟାତ୍ମା ଲାଲା ଲଜପତ ରାୟ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଏଠାରେ ଉଲ୍ଲେଖ୍ ଯୋଗ୍ୟ ଯେ ପଞ୍ଜାବ କେଶରୀ ଲାଲା ଲଜପତ ରାୟ ଙ୍କ ଦ୍ୱାରା ପ୍ରତିଷ୍ଠିତ ” ଲୋକ ସେବକ ମଣ୍ଡଳ ” ସମଗ୍ର ଭାରତବର୍ଷରେ ବହୁ ସେବା ପ୍ରକଳ୍ପର ସ୍ଥାପନା ଓ ସୁପରିଚାଳନା କରି ଲୋକସେବାରେ ନିଜକୁ ଉତ୍ସର୍ଗ କରିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ