Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରାତନ ଲୋକକଳା ସମ୍ପ୍ରଦାକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ଯରେ କର୍ମଶାଳା

ସମ୍ବଲପୁର:ଦିନକୁ ଦିନ ଓଡିଶା ର ଲୋକସଂସ୍କୃତି ର ବାର୍ତ୍ତା ବହ ପାଲା, ଦାସକାଠିଆ, ସଂଚାର, ସମ୍ପ୍ରଦା ପ୍ରଭୃତି ର ଆଦର କମିଯାଉଥିବା ବେଳେ, ସେହି ଲୋକକଳା କୁ ବଞ୍ଚାଇ ରଖିବାର ଆବଶ୍ୟକତା ରହିଛି l ସେହି ପାରମ୍ପlରିକ ଲୋକ କଳା ଗୁଡିକୁ ଲୋକାଦୃତ କରିବା ସହ, କିପରି ଭାବରେ କଳାକାର ମାନେ ସୃଷ୍ଟି ହେବେ, ସେଥିପାଇଁ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ସାହନ ଦିଆଯିବାର ମଧ୍ୟ ଆବଶ୍ୟକତା ରହିଛି ବୋଲି ଆଜି ମାନେଶ୍ଵର ବ୍ଲକ ଅନ୍ତର୍ଗତ ଚକୁଳି ଗ୍ରାମରେ ଆୟୋଜିତ ଏକ ସାଂସ୍କୃତିକ କର୍ମଶାଳା ରେ ମତପ୍ରକାଶ ପାଇଛି l ପାରାମ୍ପlରିକ ଲୋକକଳା ସମ୍ପ୍ରଦା ଏକ ବହୁ ପୁରାତନ ଲୋକକଳା, ଯାହାକି ଧୀରେ ଧୀରେ କମିବାରେ ଲାଗିଛି l ଚକୁଳି ଗ୍ରାମର ମାଁ ସମଲେଶ୍ୱରୀ ସମ୍ପ୍ରଦା ପାର୍ଟି ଆଜିକୁ ପ୍ରାୟ ୬୦ ବର୍ଷ ହେଲା ଏହି ଲୋକକଳା କୁ ପ୍ରଦର୍ଶନ କରିଆସୁଛନ୍ତି l ଏହି ସମ୍ପ୍ରଦା କୁ ବଂଚେଇବା ସହ କିପରି ଭାବରେ ଆହୁରି ଲୋକାଦୃତ ହୋଇପାରିବ, ସେହି ସମ୍ପର୍କିତ ଏହି କର୍ମଶାଳା ରେ ସାହସପୁର ଗ୍ରାମ ପଂଚାୟତ ର ସରପଞ୍ଚ ଦିବାକର ବିଶ୍ୱାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ, ମାନେଶ୍ଵର ବ୍ଲକ କଳା ସଂସ୍କୃତି ସଙ୍ଘ ର ସଭାପତି କମଳ ଲୋଚନ ପଣ୍ଡା, ଉପସଭାପତି ରଂଜିତ ସାହୁ, ଅଭିନେତା, ନିର୍ଦେଶକ ସୂର୍ଯ୍ୟ ପାଣିଗ୍ରାହୀ, କବି, କଳାକାର ଲଳିତ ମୋହନ ବେବର୍ତ୍ତା, ସାଂସ୍କୃତିକ ସଂଗଠକ ରାହୁଲ ଗୁପ୍ତା ଓ ସାମ୍ବାଦିକ ଦେବାଶିଷ ବେହେରା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ lସଂଚାର, ସମ୍ପ୍ରଦା ପରି ପାରମ୍ପlରିକ ଲୋକକଳା ସମ୍ପନ୍ନ ଏହି ଚକୁଳି ଗ୍ରାମ କୁ ସଂସ୍କୃତି ଗ୍ରାମ ଭାବରେ ପ୍ରଶାସନ ଗ୍ରହଣ କରିବା ସହ ଏହି ଲୋକକଳା କୁ ବଞ୍ଚାଇବା ସହ ଆଗକୁ କିପରି ସରକାରୀ ସ୍ତରରେ ପ୍ରୋତ୍ସାହିତ କରାଯାଇପାରିବ ସେଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ବିଷୟରେ ବକ୍ତା ମାନେ ମତପୋଷଣ କରିଥିଲେ l ଆହୁରି ମଧ୍ୟ ଏହି ସମ୍ପ୍ରଦା ଯାନିଯାତ୍ରା ଓ ଶୋଭାଯାତ୍ରା ଯେପରି ଭାବରେ ସୀମିତ ରହିଯାଉଛି, ତାକୁ କିପରି ଭାବରେ ମଞ୍ଚ ନୃତ୍ୟ ଭାବରେ ପ୍ରସ୍ତୁତ କରାଯାଇପାରିବ ସେହି ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା lଏହି ସାଂସ୍କୃତିକ କର୍ମଶାଳା ରେ ମାଁ ସମଲେଶ୍ୱରୀ ସମ୍ପ୍ରଦା ପାର୍ଟି, ଚକୁଳି ର ମୁଖ୍ୟ ନିରାକାର ରଣା, ମେଘୁ କଠାର, ଲାଲ ସାହେବ ରାଓ, ବାରିଷ୍ଟର ରଣା ତଥା ଅନ୍ୟ କଳାକାର ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଆଗାମୀ ଦିନରେ କିପରି ଭାବରେ ଏହି ପୁରାତନ ପାରମ୍ପlରିକ ଲୋକକଳା ସହ ଯୁବପିଢ଼ି କୁ ଯୋଡ଼ା ଯାଇପାରିବ ସେଦିଗରେ ପ୍ରୟାସ କରାଯିବ ବୋଲି ଗୁରୁତ୍ୱ ଦିଆଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ