Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକିବା ପଞ୍ଚାୟତରେ କୈଶୋର ସ୍ୱାସ୍ଥ୍ୟ ସଚେତନତା ତାଲିମ୍

ସମ୍ବଲପୁର (ଜମନକିରା):ଟିକିବା ଗ୍ରାମପଞ୍ଚାୟତର ରାଜୀବ ଭବନ ଠାରେ ସ୍ୱେଚ୍ଛାସେବୀ ସଂଗଠନ ସିଡି ପକ୍ଷରୁ ଆଜି କୈଶୋର ସ୍ୱାସ୍ଥ୍ୟ ସଚେତନତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ଉଦ୍ଦେଶ୍ଯ ସଂପର୍କରେ ସିଡିର ଶିବ ନାରାୟଣ ବିଭାର କହିଥିବା ବେଳେ କାଉନସିଲର ସମିର ମହାମଲିକ କୈଶୋର ବୟସକୁ ଉପଯୁକ୍ତ ମାର୍ଗ କିଭଳି ଦିଆଯିବ ସେ ସଂପର୍କରେ ଆଲୋକ ପାତ କରିଥିଲେ । ଏଥିରେ ଟିକିବା ସରପଞ୍ଚ୍ ମମତା ଭାଙ୍ଗ୍ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବା ସହିତ କିଶୋର ବୟସ କେତେ ଗୁରୁତ୍ୱ ପୂର୍ଣ୍ଣ ସେ ସଂପର୍କରେ ବୁଝାଇ ଭବିଷ୍ୟତ ନାଗରୀକ ବର୍ତ୍ତମାନହିଁ ନିଷ୍ପତ୍ତିର ସମୟ ବୋଲି ଅବିହିତ କରି ନିଜକୁ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ଜିଲ୍ଲା ତାଲିମଦାତା ଡା.ରାଜାରାମ ଷଡଙ୍ଗୀ କୈଶୋର ବୟସର ଜୀବନ କୌଶଲ, ଖାଦ୍ୟପେୟ,ସୁରକ୍ଷିତ ସ୍ୱାସ୍ଥ୍ୟ ପ୍ରଭୃତି ସଂପର୍କରେ ଆଲୋଚନା କରିବା ସହିତ ସ୍ୱଚ୍ଛତା ଓ ଅନୁକୂଳ ପରିବେଷ ସହିତ ଖାପ ଖୁଆଇ ନିଜକୁ ଆଗାମୀ ଦିନ ପାଇଁ ଜଣେ ମାଁ ଓ ବାପା ହେବାକୁ ପୁର୍ବ ପ୍ରସ୍ତୁତି ସଂପର୍କରେ ସଚେତନ କରିଥିଲେ।ଏଥିରେ ମହିଳା ସ୍ୱାସ୍ଥ୍ୟ କର୍ମି ସାହାନୀ ସାହୁ ,ଆଶା ମଞ୍ଜରି ପଣ୍ଡା,ସୁସ୍ମିତା ସାହୁ,ଗାୟତ୍ରି ନାଥ, ଅଙ୍ଗନୱାଡି ମାଗଦାଲି ମୁଣ୍ଡା,ଅଲି ଗର୍ଡିଆ,ଜୌସ୍ନାରାଣୀ ପଣ୍ଡା,ପ୍ରମୂଖ କିଶୋରୀ ସ୍ୱାସ୍ଥ୍ୟ ନେଇ ବିଭିନ୍ନ ବିଷୟରେ ବୁଝାଇଥିଲେ । ଏହି ସମୟରେ ଉପସ୍ଥିତ କିଶୋରୀ ବାଳିକା ମାନେ ନିଜ ଭିତରେ ଦେଖାଦେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦିଗରେ ପଚାରି ବୁଝିଥିଲେ।ଏଭଳି କାର୍ଯ୍ୟକ୍ରମକୁ ଅଞ୍ଚଳରେ ବେଶ ଭୁୟସୀ ପ୍ରଶଂସା କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ