Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ରେ ଯାଦବ ମହାସଭା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ର ଫୁଲଚରା ନିକଟସ୍ଥ ହରିହର ଯୋର ଆମ୍ବତୋଟା ଠାରେ ଜିଲ୍ଲା ଯାଦବ ମହାସଭା ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ଯାଦବ ସମାଜ ର ଜିଲ୍ଲା ସଭାପତି ତପନ କୁମାର ଯୁଆଡ଼ି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁପାର ଠେଲା , ବାଗବର ସରପଞ୍ଚ ନିରୁପମା ବଗର୍ତ୍ତି , ଗିଲେ ମହାକୁର , ବହଲପଦର ସମିତି ସଭ୍ୟା ସୁଗନ୍ଧା ଘିବଲା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିରଞ୍ଚି ଷାଣ୍ଢ , ଗିରିଶ ବଗର୍ତ୍ତୀ , ଅଭିମନ୍ୟୁ ବଗର୍ତି , ସୁରେଶ ଷାଣ୍ଢ , ପୀତବାସ ଭୋଇ , ବଳରାମ କାଣ୍ଡ , ଇନ୍ଦ୍ରଜିତ ପରୁଆ , ରଞ୍ଜନ ଠେଲା ପ୍ରମୁଖ ମଞ୍ଚାସିନ ଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଥମେ ରାଧାକୃଷ୍ଣ ଙ୍କୁ ପୂଜାକରିବା ସହିତ ଜାଗର ଜାଳିଥିଲେ l ଯାଦବ ସମାଜ ର ସମସ୍ତଙ୍କୁ ଶିକ୍ଷିତ କରି ଆଗକୁ ଆଣିବା ସଂଗଠନ ର ମୂଳ ଉଦ୍ଦେଶ୍ୟ ବୋଲି ପ୍ରକାଶ କରିଥିଲେ l ଶେଷରେ ବୀରମହାରାଜପୁର ବ୍ଲକ ର ଯାଦବ ସମ୍ପାଦକ ବସନ୍ତ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ l