Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମର୍ଯାଦାର ସବୁ ସୀମା ଲଙ୍ଘିଗଲେ ମିଚେଲ୍ ମାର୍ଶ, ବିଶ୍ଵକପ୍ ଟ୍ରଫି ଉପରେ ପାଦ ରଖି ଉଠାଇଲେ ଫଟୋ

ଅହମ୍ମଦାବାଦ: କ୍ରିକେଟ୍ ବିଶ୍ଵକପ୍ ୨୦୨୩ର ଯବନିକା ରବିବାର ରାତିରେ ପଡ଼ି ସାରିଛି। ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୬ ଓ୍ଵିକେଟରେ ହରାଇ ଷଷ୍ଠ ଥର ବିଶ୍ଵ ଚାମ୍ପିଅନ ହୋଇଛି। ଏହା ସହିତ ଭାରତର ତୃତୀୟ ଥର ବିଶ୍ଵକପ୍ ଜିତିବାର ସ୍ଵପ୍ନ ଧୂଳିସାତ ହୋଇଛି। ୨୦୦୩ ବିଶ୍ଵକପ୍ ଫାଇନାଲର ବଦଲା ନେଇପାରି ନାହିଁ ଭାରତ। ୧୪୦ କୋଟି ଭାରତୀୟ ହୃଦୟ ଭାଙ୍ଗିଛି। ବିଶ୍ଵକପ୍ ଜିତିବା ପରେ ଉତ୍ସବ ମନାଇବା ସାଧାରଣ କଥା ହେଲେ ଅଷ୍ଟ୍ରେଲିଆର ଜଣେ କ୍ରିକେଟର ନିଜର ସୀମା ଲଙ୍ଘିଛନ୍ତି। ଉକ୍ତ କ୍ରିକେଟର ବିଶ୍ଵକପ୍ ଟ୍ରଫି ଉପରେ ପାଦ ରଖି ଆରାମ କରୁଛନ୍ତି। କିନ୍ତୁ ଅନ୍ୟ କ୍ରିକେଟର ଏହି ଟ୍ରଫିକୁ ଚୁମା ଦେଇଥିଲେ। ଆଉ ଏହି କ୍ରିକେଟର ଆଉ କେହି ନୁହନ୍ତି ମିଚେଲ୍ ମାର୍ଶ ଅଟନ୍ତି।

ଅଷ୍ଟ୍ରେଲିଆ ଦଳର ଅଧିନାୟକ ପାଟ୍ କମିନ୍ସ ମିଚେଲ୍ ମାର୍ଶଙ୍କ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଏଥିରେ ମାର୍ଶ ବିଶ୍ଵକପ୍ ୨୦୨୩ର ଟ୍ରଫି ଉପରେ ପାଦ ରଖି କିଛି ପିଉଥିବା ଦେଖିବାକୁ ମିଳୁଛି। ଏହା ଦେଖି ଭାରତୀୟ କ୍ରିକେଟ୍ ପ୍ରେମୀ ମର୍ମାହତ ହୋଇଛନ୍ତି ଏବଂ ମିଚେଲ୍ ଖୁବ୍ ଟ୍ରୋଲ କରିଛନ୍ତି। ହେଲେ କିଛି କ୍ରିକେଟ ପ୍ରେମୀଙ୍କ କହିବା କଥା ଏହା ସେମାନଙ୍କର ଦିନ ଏବଂ ତାଙ୍କର ଟ୍ରଫି। ସେମାନେ ଯାହା ଇଚ୍ଛା ତାହା କରି ପାରିବେ। ସେମାନେ ଚାହିଁଲେ ଏହା ଉପରେ ପରିସ୍ରା ବି କରି ପାରିବେ ଏବଂ ଏହାକୁ ପାଦ ତଳେ ଦଳି ବି ପାରିବେ। ସାଧାରଣତଃ ଟ୍ରଫି ସହ ଏମିତି ବ୍ୟବହାର କଦାପି କରାଯାଏ ନାହିଁ।

ଅଷ୍ଟ୍ରେଲିଆର ଅନେକ ଖେଳାଳିଙ୍କ ଫଟୋ ଦେଖିବାକୁ ମିଳିଛି, ଯେଉଁଥିରେ ସେମାନେ ଟ୍ରଫିକୁ ମୁଣ୍ଡ ଉପରେ ରଖିଛନ୍ତି କିମ୍ବା ଏହାକୁ ଚୁମା ଦେଉଛନ୍ତି। ମହାନ ଫୁଟବଲ ଖେଳାଳି ଲିଓନେଲ ମେସି ବିଶ୍ଵକପ୍ ଟ୍ରଫିକୁ ଧରି କେତେ ସୁନ୍ଦର ଭାବେ ଶୋଇଥିଲେ। କିନ୍ତୁ ମାର୍ଶ ଏହା ଉପରେ ପାଦ ରଖି ଆରାମ କରିଛନ୍ତି। ଅଷ୍ଟ୍ରେଲିଆର ସଂସ୍କୃତି ଯାହା ବି ହୋଇଥାଉ ନା କାହିଁକି, ତଥାପି ଏମିତି ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ଅନେକ କ୍ରିକେଟ୍ ପ୍ରେମୀ ମତ ରଖିଛନ୍ତି।

ଅରବିନ୍ଦ ଚୋଟିଆ ନାମକ ଜଣେ ୟୁଜର ଏକ୍ସରେ ଲେଖିଛନ୍ତି, ପାଶ୍ଚାତ୍ୟ ଦେଶଗୁଡ଼ିକର ବିକାଶ ନିଶ୍ଚୟ ହୋଇଛି, ମାତ୍ର ସଭ୍ୟତା ଶିଖିପାରିଲେନି। ଯାହାକୁ ମୁଣ୍ଡରେ ମଥାରେ ରଖାଯାଏ, ଏହାକୁ ପାଦ ତଳେ ଦେଖିବା ଅବଶୋଷର କଥା, ମାତ୍ର ଆଉ କଣ କରାଯାଇ ପାରିବ ? ପ୍ରମୋଦ କୁମାର ସିଂ ଲେଖିଛନ୍ତି, ଆଇସିସି କ୍ରିକେଟ୍ ବିଶ୍ଵକପ୍ ଟ୍ରଫି ସହିତ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ୍ ମାର୍ଶ। ସେ ଟ୍ରଫି ଜିତିଲେ ମାତ୍ର ସମ୍ମାନ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ