ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ଗ୍ରାମର ସ୍ବର୍ଗତ ରାଜୀବ ସାହୁ ଙ୍କ ସ୍ତ୍ରୀ ତିଳୋତ୍ତମା ସାହୁ ଆର୍ଥିକ ଅନଟନ ଯୋଗୁଁ ଅସହାୟ ଅବସ୍ଥାରେ ଜୀବନ ଜାପାନ କରୁଥିବା ଅଭିଯୋଗ ହେଉଛି । ଶ୍ରୀମତୀ ସାହୁ ନିଜର ଦୁଇ ଶିଶୁ କନ୍ୟା ଗୁଡ଼ିଆ ରାଣୀ ସାହୁ (୧୨) ଓ ଆଦ୍ୟାଶା ସାହୁ (୭)ଙ୍କ ଶିକ୍ଷା , ସ୍ଵାସ୍ଥ୍ୟ , ପୁଷ୍ଟି ଅନ୍ୟାନ୍ୟ ଖର୍ଚ୍ଚ ବହନ ପାଇଁ ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ ଙ୍କୁ ଗୁହାରି କରିଥିଲେ କରିଥିଲେ । ତିଳୋତ୍ତମା ତାଙ୍କର ବାର୍ଦ୍ଧକ୍ୟ ଭତ୍ତା ଓ ଜାତୀୟ ପରିବାର ମଙ୍ଗଳ ଯୋଜନା ମଞ୍ଜୁରୀ ପାଇଁ ଆପତ୍ତି କରିବାରୁ ସରପଞ୍ଚ ଶ୍ରୀ କର୍ମୀ ବ୍ଲକ୍ ପ୍ରଶାସନ ଆଶୁ ପଦକ୍ଷେପ ପାଇଁ ଦୃଷ୍ଟି ଆକର୍ଷଣ କରି ବିଧବା ଭତ୍ତା ମଞ୍ଜୁରୀ ପରେ ପ୍ରଦାନ କରିଥିଲେ । ତିଳୋତ୍ତମା ଙ୍କ ଦୁଇ ଶିଶୁ କନ୍ୟା ଙ୍କ ବିକାଶ ଓ ସୁରକ୍ଷା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଙ୍କୁ ପତ୍ର ଲେଖି ସରକାରୀ ସହାୟତା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଜରିଆରେ ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି । ଅସହାୟ ଗରିବ ବିଧବା ଓ ବାପ ଛେଉଣ୍ଡ ଶିଶୁ ଙ୍କୁ ଶୀଘ୍ର ସହାୟତା ରାଶି ପ୍ରଦାନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରିବେ ବୋଲି ସରପଞ୍ଚ ଶ୍ରୀୟା କର୍ମୀ ଆଶ୍ଵାସନା ଦେଇଛନ୍ତି ।
ଅସହାୟ ତିଳୋତ୍ତମା କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲାପାଳ ଙ୍କୁ ଜଣାଇଲେ ମହିଳା ସରପଞ୍ଚ
