ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କ ନାମରେ ଏକ ଅଲୋଡ଼ା ରେକର୍ଡ ଲିପିବଦ୍ଧ ରହିଛି। ଆଇସିସି ପୁରୁଷ ବିଶ୍ଵକପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍ ହାରିବା ମାତ୍ରେ ବିରାଟ କୋହଲି, ରୋହିତ ଓ ଜାଡ଼େଜା ଅଭାଗା ଖେଳାଳିଙ୍କ ତାଲିକାରେ ଶୀର୍ଷରେ ପହଞ୍ଚିଛନ୍ତି। ଏହି ତିନି ଖେଳାଳି ସବୁଠୁ ଅଧିକ ଥର ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ହାରିଛନ୍ତି। ରୋହିତ ଓ ଜାଡ଼େଜା କେବେ ବି ଦିନିକିଆ ବିଶ୍ଵକପ୍ ଜିତି ନାହାନ୍ତି।
ଏହି ତିନି ଖେଳାଳି ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସବୁଠୁ ଅଧିକ ଥର ହାରିଥିବା ପୂର୍ବତନ କ୍ରିକେଟର କୁମାର ସାଙ୍ଗାକାରା, ମୋହେଲ ଜୟବର୍ଦ୍ଧନେ, ତିଳକେରତ୍ନ ଦିଲସାନ ଓ ଲସିଥ ମାଲିଙ୍ଗାଙ୍କ ବ୍ୟତୀତ ଯୁବରାଜଙ୍କୁ ପଛରେ ପକାଇଛନ୍ତି। ରୋହିତ, ବିରାଟ ଓ ଜାଡ଼େଜା ୨୦୧୪ ଟି-୨୦ ବିଶ୍ଵକପ୍ ଫାଇନାଲ୍, ୨୦୧୭ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍, ୨୦୨୧ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ଓ ଚଳିତ ବର୍ଷ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଓ ବିଶ୍ଵକପ୍ ଫାଇନାଲ୍ ହାରିଛନ୍ତି।
ସବୁଠୁ ଅଧିକ ଥର ଆଇସିସି ଫାଇନାଲ୍ ହାରିଥିବା ଖେଳାଳି
୫ ଥର- ରୋହିତ ଶର୍ମା
୫ ଥର- ବିରାଟ କୋହଲି
୫ ଥର- ରବୀନ୍ଦ୍ର ଜାଡ଼େଜା
୪ ଥର- ତିଳକରତ୍ନେ ଦିଲସା
୪ ଥର- କୁମାର ସାଙ୍ଗାକାରା
୪ ଥର- ମହେଲା ଜୟବର୍ଦ୍ଧନେ
୪ ଥର- ଲସିଥ ମାଲିଙ୍ଗା
୪ ଥର- ଯୁବରାଜ ସିଂ