Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶ୍ରୀ ପାତାଳୀ କ୍ଷେତ୍ର ରୁ ଶ୍ରୀ କ୍ଷେତ୍ର ପୁରୀ କୁ ଗଡିଲା ତୁଳସୀ ରଥ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ସ୍ଥିତ ଶ୍ରୀ ପାତାଳୀ କ୍ଷେତ୍ର ରୁ ଆଜି ପୁରୀ ଶ୍ରୀ କ୍ଷେତ୍ର କୁ ଶ୍ରୀ ଜଗନ୍ନାଥ ଙ୍କ ପାଇଁ ତୁଳସୀ ରଥ ବାହାରିଛି I ଚଳିତ ବର୍ଷ ଚତୁର୍ଥ ବର୍ଷ ପାଇଁ ପୁରୀ ଶ୍ରୀ ଜଗନ୍ନାଥ ଙ୍କ କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ଲାଗି ହେବା ପାଇଁ ପଦ୍ମ ଫୁଲ, ଗେଣ୍ଡୁଫୁଲ ଓ ତୁଳସୀ ନେଇ ଆଜି ଅଁଳା ନବମୀ ଦିନ ବଡି ଭୋରରୁ ପୂଜାର୍ଚ୍ଚନା କରିବା ପରେ ଶୁଭାରମ୍ଭ କରାଯାଇଛି I ଉକ୍ତ ରଥ କୋଟସମଲାଏ ରୁ ବାହାରି ଉଲୁଣ୍ଡା , ବିନିକା , ସୋନପୁର , ବୌଦ୍ଧ , ପୁରୁଣା କଟକ , ଦଶପଲ୍ଲା , ନୟାଗଡ଼ ଦେଇ ପୁରୀକୁ ପହଁଞ୍ଚିବା ର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି I