Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂସର ଓ ବିରସିଙ୍ଗଗଡ ପଞ୍ଚାୟତରେ ସ୍ୱାସ୍ଥ୍ୟ ଶିବିର

ସମ୍ବଲପୁର(ଯୁଯୋମୁରା): ଯୁଯୋମୁରା ବ୍ଲକର କଂସର ପଞ୍ଚାୟତର ବୁଢିଆକଁଟା ଓ ବିରସିଙ୍ଗଗଡର ବସିଆପଡା ଠାରେ ୨ଟି ସ୍ୱାସ୍ଥ୍ୟ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏମସିଏଲ ଓ ବାଏଫ ପକ୍ଷରୁ ଏହା ଆୟୋଜିତ ହୋଇଥିଲା। ଏହି ସ୍ୱାସ୍ଥ୍ୟ ଶିବିରରେ ୧୭୫ରୁ ଉର୍ଦ୍ଧ୍ବ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନିଶୁକ୍ଲ ଔଷଧ ବଣ୍ଟନ କରାଯାଇଥିଲା। ଶିବିରରେ ଡା.ରାଜାରାମ ଷଡଙ୍ଗୀ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପରାମର୍ଶ ଦେଇଥିଲେ । ବାଏଫର ପୋଗ୍ରାମ ଅଫିସର ପବନ କୁମାର ବଟକଙ୍କ ନେତୃତ୍ୱରେ ଏହା ଅନୁଷ୍ଠିତ ହୋଇଥବା ବେଳେ ଏହାକୁ ପିଓ ମୃତ୍ୟୁଞ୍ଜୟ ପ୍ରଧାନ ପରିଚାଳନାରେ କରିଥିବା ବେଳେ ସିଆରପି କୈଳାଶ ସେଟ୍ ଟଙ୍କଧର ପ୍ରଧାନ ଏଥିରେ ସହଯୋଗ କରିଥିଲେ।ଅଣ ସଂକ୍ରମିତରେ ପିଡିତ ମଧୁମେହ, ରକ୍ତଚାପ,କର୍କଟ ପ୍ରଭୃତି ପିଡିତଙ୍କୁ ଚିହ୍ନଟ କରାଯାଇ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ସେବନ କରିବାକୁ ଶିବିରରେ ପରାମର୍ଶ ଦିଆଯାଇଥିଲା ।