Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ୱତୀ ଡିଗ୍ରି ମହାବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ: ଫାଷ୍ଟ-ଏଡ ତାଲିମ୍

ସମ୍ବଲପୁର (ଗୋଡଭଗା): ଗୋଡଭଗା ସ୍ଥିତ ସରସ୍ୱତୀ ଡିଗ୍ରି ମହାବିଦ୍ୟାଳୟ ଠାରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଅବସରରେ ଆଜି ୬ଷ୍ଟ ଦିନରେ ଫାଷ୍ଟ-ଏଡ ତାଲିମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଜିଲ୍ଲା ରେଡକ୍ରସର ଆଜୀବନ ସଦସ୍ୟ ଡା.ରାଜାରାମ ଷଡଙ୍ଗୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଶାରୀରିକ,ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଜୀବନ ଶୈଳୀ ଉପରେ ନିଜର ପ୍ରାଧ୍ୟାନତା ପ୍ରକାଶ କରିବା ସଂପର୍କରେ ବିଭିନ୍ନ ଉଦାହରଣ ଦେଇଥିଲେ। ଏହାପରେ ଫାଷ୍ଟ-ଏଡ (ପ୍ରାଥମିକ ଉପଚାର)ଉପରେ ବିଭିନ୍ନ ବିଷୟରେ ଆଲୋଚନା କରି ଏହାର ପ୍ରଦର୍ଶନ ଦେଖାଇ ବୁଝାଇଥିଲେ। ମହାବିଦ୍ୟାଳୟ ଅଧ୍ଯକ୍ଷା ପ୍ରତିମା ପାଳ ଏଥିରେ ଅଧ୍ୟକ୍ଷତା କରି ଅତିଥି ପରିଚୟ ପ୍ରଦାନ କରିଥିଲେ। ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଡିଗ୍ରି ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଭା ବିକାଶ କାର୍ଯ୍ୟକ୍ରମକୁ ବିକଶିତ କରିବାକୁ ଲକ୍ଷ ରଖିଥିବା ନେଇ ଅଧ୍ୟାପିକା ସୁଧାରାଣୀ ପଟେଲ ସ୍ୱାଗତ ଭାଷଣ ଦେଇ କହିଥିଲେ। ନୋଡାଲ ଅଫିସର ଦେବବ୍ରତ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ମମତାମୟୀ ପ୍ରଧାନ ଓ ବୈଜୟନ୍ତ ପଶାୟତ ମଞ୍ଚାସୀନ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଚେତନାତ୍ମକ ନାଟକ ପରିବେଷଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ