ସମ୍ବଲପୁର:ଗତ କିଛି ଦିନ ପୂର୍ବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଅନୁମୋଦନ କ୍ରମେ ମହିଳା ମୋର୍ଚ୍ଚା ର ରାଜ୍ୟ ସଭାନେତ୍ରି ଡ.ଐଶର୍ଯ୍ୟା ବିଶ୍ଵାଳ ମହିଳା ମୋର୍ଚ୍ଚା ରାଜ୍ୟ ଟିମ୍ ର ସମସ୍ତ ପଦପଦବି ଘୋଷଣା କରିଥିଲେ । ସେଥିରେ ସମ୍ବଲପୁର ଜିଲ୍ଲା ର ତିନି ଜଣଙ୍କୁ ଗୁରୁଦାୟିତ୍ଵ ମିଳିଥିଲା । ଶ୍ରୀମତୀ ସବିତା ନନ୍ଦ ଙ୍କୁ ରାଜ୍ୟ ଉପସଭାନେତ୍ରୀ, ଶ୍ରୀମତୀ ଆରତୀ ବରାଡ ଓ ପୁଷ୍ପାଞ୍ଜଳି ଜେନା ଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ନିଯୁକ୍ତି ମିଳିଥିଲା ।
ଗତକାଲି ରାଜ୍ୟ ମହିଳା ମୋର୍ଚ୍ଚା ପକ୍ଷରୁ ଜାରି ଏକ ନୂତନ ତାଲିକା ଅନୁସାରେ ଅତିରିକ୍ତ ଭାବେ ସବିତା ନନ୍ଦ ଙ୍କୁ ସୁନ୍ଦରଗଡ ଜିଲ୍ଲା ମହିଳା ମୋର୍ଚ୍ଚା ର ଓ ପୁଷ୍ପାଞ୍ଜଳି ଜେନା ଙ୍କୁ ବଲାଙ୍ଗିର ଜିଲ୍ଲା ମହିଳା ମୋର୍ଚ୍ଚା ର ପ୍ରଭାରୀ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି । ସେହିପରି ବରଗଡ ର ଶ୍ରୀମତୀ ମୁକ୍ତା ସାହୁ ଙ୍କୁ ସମ୍ବଲପୁର ଜିଲ୍ଲା ମହିଳା ମୋର୍ଚ୍ଚା ର ପ୍ରଭାରୀ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି । ଆଗମୀ ଦିନରେ ନିଜ ନିଜ ଦାୟିତ୍ୱ ରେ ଥିବା ଜିଲ୍ଲା ମାନଙ୍କୁ ଯାଇ ସେଠିକାର ମହିଳା ମୋର୍ଚ୍ଚା ସଙ୍ଗଠନ କୁ ଅଧିକ୍ ସଂଗଠିତ, ମଜଭୁତ ଓ ସକ୍ରିୟ କରିବା ଦିଗରେ କର୍ଯ୍ୟ ନିର୍ବାହନ କରିବା ପାଇଁ ଏମାନଙ୍କୁ ରାଜ୍ୟ ନେତୃତ୍ବ ପରାମର୍ଶ ଦେଇଛନ୍ତି ବୋଲି ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୁଚନା ଦେଇଛନ୍ତି ।
ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ଟିମ୍ ରେ ସମ୍ବଲପୁର ର ଦୁଇ ଜଣଙ୍କୁ ଅତିରିକ୍ତ ଦାୟିତ୍ଵ
