Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅତାବିରା ଓ ହିନ୍ଦୋଳ ଏନଏସିରେ ଚାଲିଛି ମତଦାନ

ଭୁବନେଶ୍ୱର: ସୋମବାର ବରଗଡ ଜିଲ୍ଲାର ଅତାବିରା ଏବଂ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ପାଇଁ ଚାଲିଛି ଏନଏସି ନିର୍ବାଚନ। ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍‌ ଗ୍ରହଣ ପ୍ରକ୍ରିୟା। ଏପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟାରେ କୌଣସି ଅଘଟଣ ଘଟି ନ ଥିବା ସୂଚନା ମିଳିଛି। ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଚାଲିବ ମତଦାନ।

ଅତାବିରା ଏନଏସିରେ ୧୩ ହଜାରରୁ ଅଧିକ ଭୋଟର ରହିଥିବା ବେଳେ ମୋଟ ୧୨ଟି ୱାର୍ଡ ରହିଛି। ଅତାବିରା ଏନଏସିର ୧୨ଟି ୱାର୍ଡରେ ମୋଟ ୧୩ ଟି ବୁଥ୍ ସ୍ଥାପନ କରାଯାଇଛି। ୩ ଏପ୍ରିଲ୍, ୨୦୧୨ରେ ଏନଏସି ମାନ୍ୟତା ପାଇବା ପରେ ଅତାବିରାରେ ଏହା ହେଉଛି ଦ୍ୱିତୀୟ ଏନଏସିର ନିର୍ବାଚନ।

ସେହିଭଳି ହିନ୍ଦୋଳ ଏନଏସିର ୧୬ ଟି ୱାର୍ଡ ପାଇଁ ୫୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରାଯିବ। ଏଠାରେ ୧୬ ଟି ବୁଥରେ ମତଦାନ ଚାଲିଛି। ମହିଳା ଭୋଟରଙ୍କ ପାଇଁ ତିନୋଟି ୱାର୍ଡରେ ପୃଥକ ବୁଥ୍ ସ୍ଥାପନ କରାଯାଇଛି।

ସମସ୍ତ ବୁଥରେ ପାନୀୟ ଜଳ ସୁବିଧା ଉପଲବ୍ଧ କରାଯାଇଛି। ଭୋଟ୍ ଗ୍ରହଣ ସରିବା ପରେ କିପରି ଇଭିଏମ୍ ଗୁଡିକୁ କଡା ସୁରକ୍ଷା ଭିତରେ ନିଆଯିବ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୋଟ୍ ଗଣନା ଏପ୍ରିଲ୍ ୫ ରେ ଅନୁଷ୍ଠିତ ହେବ।