Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ପକ୍ଷରୁ ମାନେଶ୍ୱର ବ୍ଲକ କାର୍ଯ୍ୟାଳୟ ଘେରାଉ

ସମ୍ବଲପୁର (ମାନେଶ୍ୱର):ସମ୍ପ୍ରତି ରାଜ୍ୟରେ ପଞ୍ଚାୟତ କାର୍ଯ୍ୟାଳୟରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସବୁଠି ପିସି କା ରବାର ଚାଲିଛି । ବିନା ଲାଞ୍ଚରେ ଭତ୍ତା, ରାସନକାର୍ଡ଼, ଶୌଚାଳୟ ଓ ଆବାସ ଭଳି ଓ କୌଣସି ସୁବିଧା ହିତାଧିକାରୀ ପାଉନାହାନ୍ତି । ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରୋତ୍ସାହନ ଦିଆଯାଉଛି । ସରପଞ୍ଚ ଓ ସମିତିସଭ୍ୟଙ୍କ କ୍ଷମତାକୁ ସଙ୍କୁଚିତ କ ରି ଅନୁଦାନ ହଡ଼ପ କରାଯାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ପ୍ରକୃତ ହିତାଧିକାରୀ ଙ୍କୁ ଘର ଖଣ୍ଡିଏ ମିଳି ପାରୁ ନାହିଁ । କେନ୍ଦ୍ର ରୁ ଗରୀବ ବାସହରା ରାଜ୍ୟବାସୀ ଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆସୁଥିବା ହଜାର ହଜାର କୋଟି ଟଙ୍କା କୁ ମିଥ୍ୟା ବିଲ୍ କରି ସରକାରି ଅଧିକାରୀ i ଶାସକ ଦଳ ର ନେତା ମନ୍ତ୍ରୀ ବିଧାୟକ ଚଲୁ କରି ଦେଇଛନ୍ତି । ରାଜ୍ୟ ସରକାରଙ୍କ ଦୁର୍ନୀତି ଏବଂ ଅନିୟମିତତା ପଦାରେ ପଡ଼ିଥିବା ବେଳେ ଆସନ୍ତା ସାଧାରଣ ନିର୍ବାଚନ ଓଡ଼ିଶାବାସୀଙ୍କ ପାଇଁ ନିର୍ଣ୍ଣାୟକ ଲଢ଼େଇ ହେବ । ଏହାସହ ପ୍ରତି ବ୍ଲକ୍‌କୁ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା, ପ୍ରତି ବ୍ଲକ୍‌ରେ ଶୀତଳ ଭଣ୍ଡାର ନିର୍ମାଣ, ଭୂମିହୀନଙ୍କୁ ପଟ୍ଟା ବଣ୍ଟନ ଓ ଶିଳ୍ପାୟନ ମାଧ୍ୟମରେ ରୋଜଗାର ନେଇ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଥିବା ନେତୃବୃନ୍ଦ ମତବ୍ୟକ୍ତ କରିଥିଲେ ।
ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ, ରେଢାଖୋଲ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଚନ୍ଦ୍ର ଶେଖର ପଣ୍ଡା, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ୍, ବରିଷ୍ଠ କାର୍ଯ୍ୟକର୍ତ୍ତା ଦାମୋଦର କର, ନରେନ୍ଦ୍ର ମିଶ୍ର, ରମେଶ ପ୍ରଧାନ, ମନବୋଧ ଭୋଇ, ଦାମୋଦର ଭୋରାସାଗର, କ୍ଷମାନିଧି ସାହୁ, ପ୍ରମୁଖ ଅଭିଭାଷଣ ଦେଇଥିଲେ ଓ ସରକାର ଙ୍କ ବିରୁଦ୍ଧରେ ଗର୍ଜିଥିଲେ ।
ମାନେଶ୍ୱର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆନ୍ଦୋଳନକାରୀ ଙ୍କ ସହ ଆଲୋଚନା କରି ଦାବୀ ପତ୍ର ଗ୍ରହଣ କରିଥିଲେ ।
ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଗିରିଶ ପଟେଲ ମାନସ ରଞ୍ଜନ ବକ୍ସି, ଉତ୍ତମ ବିଶ୍ଵାଳ, ଡ.ପ୍ରଭାସ ଦେବତା, ରୁକ୍ମିଣୀ ମହାନନ୍ଦ, ସାଇଲେନ୍ଦ୍ରି ପ୍ରଧାନ, ପ୍ରଭାସିନୀ ହୋତା, ପ୍ରଭାସିନୀ ଦାଶ, ରୁନୁ ପ୍ରଧାନ ପ୍ରମୁଖ ସାମିଲ୍ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ