Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରପଞ୍ଚ ସଂଘ ବୈଠକକୁ ପ୍ରଶାସନ ବନ୍ଦ କରିବା ଅତ୍ୟନ୍ତ ଅଗଣତାନ୍ତ୍ରିକ ଓ ଏକଛତ୍ରବାଦର ନମୂନା, ନିନ୍ଦା କଲା ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ ସରପଞ୍ଚ ସଂଗଠନ

ବ୍ରହ୍ମପୁର: ରାଜ୍ୟ ସରପଞ୍ଚ୍‌‍ ସଂଘ ନିଜର ନ୍ୟାୟ ପାଇଁ ଦକ୍ଷିଣାଞ୍ଚଳ ଜୋନ ସ୍ତରୀୟ ବୈଠକ କରିବା ପୁର୍ବରୁ ଏହାକୁ ବନ୍ଦ କରିବା ପାଇଁ ପ୍ରଶାସନିକ କଳର ହସ୍ତକ୍ଷେପକୁ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ/ ସରପଞ୍ଚ୍‌‍ ସଙ୍ଗଠନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।
ଗୁରୁବାର ଗଞ୍ଜାମ ଜିଲ୍ଲା ଆସିକା ନିକଟସ୍ଥ ବାଲିସିରା ଶୈବ ପୀଠରେ ରାଜ୍ୟ ସରପଞ୍ଚ୍‌‍ ସଂଘର ଯୋନ ସ୍ତରୀୟ ବୈଠକ କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ଉପରେ ନିଷ୍କର୍ଷ ବାହାର କରିବା ଥିଲା । ଏଥିପାଇଁ ସଭା ମଣ୍ଡପ ଠାରୁ ଖାଦ୍ୟପେୟ ମଧ୍ୟ ବ୍ୟବସ୍ଥା ସରିଥିବା ବେଳେ ଏହାର ଅବ୍ୟବହିତ ପୁର୍ବରୁ ପୋଲିସ ପହଞ୍ଚି ସଭା ସ୍ଥଗିତ କରିବା ସହିତ ୧୧ ଟା ପରେ ଯଦି କୌଣସି ସଭା ସମିତି ହୁଏ ତେବେ ସମସ୍ତଙ୍କୁ ଗିରଫ କରସଯିବା ଭଳି ଧମକ ଦେଇଥିବା ନେଇ ସରପଞ୍ଚ୍‌‍ ସଂଘର ଅଭିଯୋଗକୁ ସଂଗଠନ ଗୁରୁତ୍ଵର ସହ ନେଇଛି । ସରପଞ୍ଚ୍‌‍ ମାନେ ଗଣତନ୍ତ୍ର ର ଏକ ମୁଖ୍ୟ ମେରୁଦଣ୍ଡ ଓ ସାମ୍ଭିଧାନିକ ବ୍ୟବସ୍ଥାରେ ସେମାନେ ଏକ ମୁଖ୍ୟ ଅଙ୍ଗ ହୋଇଥିବାରୁ ସେମାନଙ୍କ ପ୍ରତି ଏଭଳି ପ୍ରଶାସନିକ ବ୍ୟବହାର ଅଶୋଭନୀୟ ବୋଲି ସଂଗଠନ କହିବା ସହିତ ଏହା ଅଗଣତାନ୍ତ୍ରିକ ଓ ଏକଛତ୍ରବାଦର ନମୁନା ବୋଲି ସଂଗଠନ ଏକ ପ୍ରେସ ବିବୃତିରେ ପ୍ରକାଶ କରି ଘଟଣାର ତିବ୍ର ନିନ୍ଦା କରିଛି।
ଗ୍ରାମ ସଭା ମାଧ୍ୟମରେ ବିକାଶର ମାନଚିତ୍ର ତିଆରି କରିବାରେ ସରପଞ୍ଚ୍‌‍ ମାନଙ୍କ ଭୂମିକା ଅନସ୍ଵିକାର୍ଯ ହୋଇଥିବା ବେଳେ ବର୍ତ୍ତମାନ ଗ୍ରାମ ସଭାକୁ ସରକାରୀ କଳ ଅଚଳ କରିଦେବା ଭଳି ଯେଉ ପ୍ରକ୍ରିୟା ଆରମ୍ଭ କରିଛନ୍ତି ତାହା ଗଣତନ୍ତ୍ର ପ୍ରତି ବିପଦ। ଏଣୁ ସରକାର କାଳ ବିଳମ୍ଭ ନକରି ସେମାନଙ୍କ ନ୍ୟାର୍ଯ୍ୟ ଦାବି ଉପରେ ତର୍ଜମା କରି ଯଥାଶିଘ୍ର ସରପଞ୍ଚ୍‌‍ ମାନଙ୍କ ପ୍ରତି ନିଜର ସ୍ଵଷ୍ଟ ଆଭିମୁଖ୍ୟ ସରକାର ରଖିବେ ବୋଲି ସଂଗଠନ ଆଶା ପ୍ରକାଶ କରୁଛି । ବାଲିସିରା ଘଟଣା ଏକ ନଗ୍ନ ନମୁନା ଓ ଆଗକୁ ଯେପରି ଏହା ନହୁଏ ସେଥିପ୍ରତି ସରକାର ନିଜର କଠୋର ମନୋବୃତିରୁ ନିବୃତ ରହିବା ହେଉଛି ଗଣତନ୍ତ୍ର ପ୍ରତି ସୁସ୍ଥ ପରମ୍ପରା ବୋଲି ସଂଗଠନର ରାଜ୍ୟ ଶାଖା ସଭାପତି ରବି ରଥ ଓ ରାଜ୍ୟ ସଂଗଠନ ସଂପାଦକ ଡା.ରାଜାରାମ ଷଡଙ୍ଗୀ ଏକ ପ୍ରେସ ବିବୃତିରେ ଦର୍ଶାଇଛନ୍ତି। ସେମାନେ କହିଛନ୍ତି ଗଣତନ୍ତ୍ର ବ୍ୟବସ୍ଥାରେ ସମସ୍ତ ସଂଘ ଓ ସଂଗଠନର ନୈତିକ ଦାୟିତ୍ଵ ଓ ଦାବି ଉପସ୍ଥାପନା କରିବା ଅଧିକାର ରହିଛି। ଏହାକୁ କୌଣସି ଚାପ ବା ବଳ ପ୍ରୟୋଗ କରାଯାଇ ରୋକାଯିବା ଅଗଣତାନ୍ତ୍ରିକ ଓ ଏକଛତ୍ର ବାଦ୍‌‍ ଶାସନର ନଗ୍ନ ନମୁନା ବୋଲି ସଂଗଠନ ରୋକଠୋକ୍‌‍ ଦର୍ଶାଇ ସରପଞ୍ଚ୍‌‍ ମାନଙ୍କ ନ୍ୟାୟ ପାଇଁ ସରକାର ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବାକୁ ଆଶା ପ୍ରକାଶ କରୁଛି।