Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହୀରାକୁଦ ବ୍ଲଡ ଡୋନର୍ସ ଗ୍ରୁପ ପକ୍ଷରୁ ରକ୍ତଦାନ ଶିବିର

ସମ୍ବଲପୁର(ହୀରାକୁଦ):ଆମର ହୀରାକୁଦ ବ୍ଲଡ଼ ଡୋନର୍ସ ଗ୍ରୁପ ତରଫରୁ ଆଜି ହୀରାକୁଦ ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଠାରେ ଏକ ବିଶାଳ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ସର୍ବମୋଟ ୬୬ ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ୱାରା ସଂଗୃହିତ ହୋଇଥିଲା । ଏହି ରକ୍ତଦାନ ଶିବିରକୁ ବୁର୍ଲା ରକ୍ତ ଭଣ୍ଡାରର କର୍ମଚାରୀ ଓ ହୀରାକୁଦ ବ୍ଲଡ଼ ଡୋନର୍ସ ଗ୍ରୁପର ସଭାପତି ଶ୍ରୀ କରୁଣାକର ବିଶାଳ, ବରିଷ୍ଠ ସମାଜସେବୀ ଶ୍ରୀ ଜଗଦୀଶ ମିଶ୍ର , ହୀରାକୁଦ ବ୍ଲଡ଼ ଡୋନର୍ସ ଗ୍ରୁପର କର୍ମକର୍ତା ଶ୍ରୀ ହରେକୃଷ୍ଣ ବେହେରା କେ.ସାଇପ୍ରସଦ ରାଓ,ଯୋସେଫ ପ୍ରଧାନ, ସତ୍ୟପ୍ରିୟ ପାଣ୍ଡେ , ପଞ୍ଚମ ପ୍ରଧାନ,, ପ୍ରତିମା ପ୍ରଧାନ , ଝୁନୀ ପଣ୍ଡା, ,ଗୀତାଞ୍ଜଳି ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।